କୋଭିଡ୍ ମୁକାବିଲା ପାଇଁ ଏସବିଆଇ ବ୍ୟାଙ୍କ୍ ଦେଲା ୭୧ କୋଟି ଟଙ୍କାର ସହାୟତା

ନୂଆଦିଲ୍ଲୀ : କୋଭିଡ୍ ମୁକାବିଲା ପାଇଁ ଦେଶର ସର୍ବବୃହତ୍ତ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏକ ବଡ ଘୋଷଣା କରିଛି। ଭାରତରେ କୋଭିଡ-୧୯ର ଦ୍ବିତୀୟ ଲହରର ମୁକାବିଲା ପାଇଁ ୭୧ କୋଟି ଟଙ୍କାର ସହାୟତା ଦେବ ଏସବିଆଇ । ଏ ନେଇ ସୋମବାର ଘୋଷଣା କରିଛି ଏସବିଆଇ । ଏଥିରେ ୧୦୦୦ ବେଡ ଥିବା ହସ୍ପିଟାଲ ତିଆରି ପାଇଁ ୩୦ କୋଟି ଟଙ୍କା ଦେଇଛି ବ୍ୟାଙ୍କ । ସେହିଭଳି କୋଭିଡରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ରାଜ୍ୟରେ ୨୫୦ ଆଇସିୟୁ ବେଡ ସହ ୧୦୦୦ ଆଇସୋଲେସନ ସୁବିଧା ଥିବା ବେଡ ପାଇଁ ଆବଣ୍ଟିତ କରିଛି ।

ଏହି ସୁବିଧାକୁ ସମ୍ବନ୍ଧିତ ସହରର ସରକାରୀ ହସ୍ପିଟାଲ ଓ ନଗର ନିଗମର ସହଯୋଗରେ ସ୍ଥାପିତ କରାଯିବ । ଦେଶରେ କରୋନା ଭାଇରସର ଦ୍ବିତୀୟ ଲହରରେ ପ୍ରତିଦିନ ଲକ୍ଷାଧିକ ରୋଗୀ ଚିହ୍ନଟ ହେଉଛନ୍ତି । ସେହିଭଳି ବିଭିନ୍ନ ସମସ୍ୟା ଯୋଗୁଁ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏଥିସହିତ ମହାମାରୀ ର ପ୍ରଭାବ ବଢ଼ୁଥିବା ବେଳେ ଦେଶରେ ଅକ୍ସିଜେନ ସଙ୍କଟ ଦେଖାଦେଉଛି । କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ୍ ସଞ୍ଜିବନୀ କାମ କରୁଛି । ଏଭଳି ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ଦିଗରୁ ବିଦେଶର ଆର୍ଥିକ ସହାୟତା ଛୁଟିଥିବା ବେଳେ ରୋଗୀ ମାନଙ୍କୁ ସାହାଯ୍ୟ କରିବାକୁ ଯାଇ ଦେଶର ସର୍ବବୃହତ୍ତ ବ୍ୟାଙ୍କ ମଧ୍ୟ ପଛକୁ ହଟିନି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *