ଚକ୍ରବ୍ୟୁହରେ ଏନ୍‌ସିବିର ସିଂଘମ୍ ସମୀର ୱାଙ୍ଖଡେ

ମୁମ୍ବାଇ : ମୁମ୍ବାଇ ପୋଲିସ ସ୍କାନରରେ ସମୀର ୱାଙ୍ଖଡେ । ଏବେ ସମୀରଙ୍କ ବିରୋଧରେ ତଦନ୍ତ କରିବ ମୁମ୍ବାଇ ପୋଲିସ । ୱାଙ୍ଖଡେଙ୍କ ବିରୋଧରେ ୪ଟି ଗୁରୁତର ଅଭିଯୋଗ ଆସିଛି । ତାଙ୍କ ବିରୋଧରେ ଜୋର ଜବରଦସ୍ତ ଟଙ୍କା ଆଦାୟ ଓ ଦୁର୍ନୀତି ଭଳି ଗୁରୁତର ଅଭିଯୋଗ ଆସିଛି । ମୁମ୍ବାଇର ୪ ପୋଲିସ ଅଫିସର ଏହି ତଦନ୍ତ କରିବେ। ଏହି ଅଫିସରମାନେ ହେଉଛନ୍ତି ଆସିଷ୍ଟାଣ୍ଟ କମିଶନର ମିଲିନ୍ଦ ଖେତଲେ, ଇନସପେକ୍ଟର ଅଜୟ ସ୍ୱାୱନ୍ତ, ଆସିଷ୍ଟାଣ୍ଟ ଇନସପେକ୍ଟର ଶ୍ରୀକାନ୍ତ କରକର, ସବ୍ ଇନସପେକ୍ଟର ପ୍ରକାଶ ଗୌଲି । ଏହା ସହ ୨ ବରିଷ୍ଠ ଅଧିକାରୀ ଆଡିସନାଲ କମିଶନର ଅଫ ପୋଲିସ ଦିଲ୍ଲୀପ ସ୍ୱାଓନ୍ତ ଓ ଡେପୁଟି କମିଶନର ହେମରାଜ ସିଂ ରାଜପୁତ ତଦନ୍ତର ତଦାରଖ କରିବେ । ଆର୍ଯ୍ୟନ୍ ଡ୍ରଗ୍‌ସ କେସ୍‌ର ଖୁଲାସା କରିବା ପରେ ଚର୍ଚ୍ଚାକୁ ଆସିଥିଲେ ଏହି ଅଫିସର । ସେ ହିଁ ନିଶା କାରବାର ରୋକିବାକୁ ଜୋରସୋରରେ ଲାଗିପଡ଼ିଥିଲେ । କିନ୍ତୁ ଇତି ମଧ୍ୟରେ ୱାଙ୍ଖଡ଼େଙ୍କ ବିରୋଧରେ ବହୁ ସାଂଘାତିକ ଅଭିଯୋଗ ଆସିଛି ।

ଏଣୁ ସେ ପ୍ରକୃତରେ ନାୟକ ନା ଖଳନାୟକ ସେ ନେଇ ଏବେ ଦ୍ୱନ୍ଦ ଉପୁଜିଛି । କୁହାଯାଉଛି ଯେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କୁ ଜାଣିଶୁଣି ଡ୍ରଗ୍ସ ମାମଲାରେ ଫସାଇ ଦିଆଯାଇଛି । କିନ୍ତୁ ଏହି ଅଭିଯୋଗକୁ ସମୀର ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଯାହା ସତ ତାକୁ ମୁଁ କେବଳ ସାମ୍ନାକୁ ଆଣିଛି । ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁ କରୁ ବଲିଉଡ୍‌ର ଡ୍ରଗ୍ସ କନେକ୍ସନ୍ ସାମ୍ନାକୁ ଆସିଥିଲା । ସେତେବେଳେ ସମୀରଙ୍କ ତଦନ୍ତ ଯୋଗୁ ହିଁ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇଥିଲେ । ଏଥିସହ ଦୀପିକା ପାଦୁକୋନ୍‌, ସାରା ଅଲ୍ଲୀ ଖାନ୍‌, ରକୁଲ ପ୍ରୀତ ସିଂହ, ଅର୍ଜୁନ ରାମପାଲ, ଶ୍ରଦ୍ଧା କପୁର ପ୍ରମୁଖ ବଡ଼ ବଡ଼ କଳାକାରଙ୍କୁ ଏନ୍‌ସିବି ଅଫିସର ଚକ୍କର କାଟିବାକୁ ପଡ଼ିଥିଲା ।

ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନୱାବ ମଲ୍ଲିକଙ୍କ ଜ୍ୱାଇଁ ସମୀର ଖାନ୍‌ଙ୍କୁ ବି ଡ୍ରଗ୍ସ ମାମଲାରେ ୱାଙ୍ଖଡ଼େ ଗିରଫ କରିଥିଲେ । ଏହା ପରେ ନବାବ ମଲ୍ଲିକ ସମୀର ୱାଙ୍ଖଡ଼େଙ୍କ ବିରୋଧରେ ଜାଣି ଶୁଣି ବଲିଉଡ୍ ଷ୍ଟାରଙ୍କୁ ଟାର୍ଗେଟ୍ କରୁଥିବା ନେଇ ଅଭିଯୋଗ କରିଥିଲେ । ସମୀରଙ୍କ ସାର୍ଟିଫିକେଟ୍ ନକଲି ଓ ସେ ଫର୍ଜରି କରି ଆଇଆରଏସ୍ ଚାକିରି ପାଇଛନ୍ତି ବୋଲି ମଧ୍ୟ ନବାବ ମଲ୍ଲିକ ଅଭିଯୋଗ କରିଥିଲେ । କେବଳ ସେତିକି ନୁହେଁ ସେ ହିନ୍ଦୁ ହୋଇଥିଲେ ମଧ୍ୟ ଆରକ୍ଷଣ ପାଇଁ ଧର୍ମ ବଦଳାଇ ମୁସଲମାନ୍ ହୋଇଥିବା ନେଇ ମଧ୍ୟ କୁହାଯାଉଛି । ନବାବ ମଲ୍ଲିକ ସମୀର ୱାଙ୍ଖଡ଼େଙ୍କୁ ମିଛ ବୋଲି ପ୍ରମାଣିତ କରିବା ପାଇଁ ସୋସିଆଲ ମିଡିଆରେ ତାଙ୍କର ଅନେକ ଫଟୋ ମଧ୍ୟ ସେୟାର କରିଛନ୍ତି । ଅନ୍ୟପଟେ ତଦନ୍ତ ପରେ ସତ ସାମ୍ନାକୁ ଆସିବ ବୋଲି ୱାଙ୍ଗଡ଼େ ନିଜ ପକ୍ଷ ରଖିବା ଅବସରରେ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *