ବନ୍ଧୁକ ତିଆରି କାରଖାନା ଉପରେ ସମ୍ବଲପୁର ପୋଲିସର ଚଢାଉ

ସମ୍ବଲପୁର: ଜିଲ୍ଲା ପୋଲିସକୁ ବଡ଼ ସଫଳତା । ଯୁଯୁମୁରା ଥାନା ଅଂଚଳରୁ ୨ଟି ବନ୍ଧୁକ ତିଆରି କାରଖାନା ଠାବ କରିଛି ପୋଲିସ । ଦୀର୍ଘ ବର୍ଷ ଧରି ଏହି ବନ୍ଧୁକ କାରଖାନାରେ ବନ୍ଧୁକ ତିଆରି କରାଯାଉଥିଲା । ବନ୍ଧୁକ ତିଆରି ଅଭିଯୋଗରେ ଦମ୍ପତିଙ୍କ ସହ ମୋଟ ସାତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେମାନଙ୍କ ନିକଟରୁ ଚାରିଟି ଦେଶୀ ବନ୍ଧୁକ, କିଛି ବନ୍ଧୁକ ତିଆରି ସାମଗ୍ରୀ ଜବତ ହୋଇଛି । ସେପଟେ ଏହି ଘଟଣାରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗୁଡାପାଲି, ବାସୁପଲି ଓ ହିରୋ ଗାଁରୁ ଗିରଫ କରାଯାଇଛି । ସମସ୍ତ ବନ୍ଧୁକ କେବଳ ପଶୁ ଶିକାର ପାଇଁ ଉଦିଷ୍ଟ ଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *