ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ନକ୍ସଲ ସାକେତ ସଫା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟପୁର ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା । ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ନକ୍ସଲ ସାକେତର ମୃତ୍ୟୁ ହୋଇଛି । ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ, ଡିଆରଜି ଯବାନ ଛୋଟେଡଙ୍ଗର ରଜଙ୍ଗଲରେ ଚଢଉ କରିଥିଲେ । ଏଠାରେ ପୂର୍ବରୁ ନକ୍ସଲ କ୍ୟାମ୍ପ କରି ରହିଥିଲେ। ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ । ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ । ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା । ପରେ ନକ୍ସଲଲ ଛତ୍ରଭଙ୍ଗ ଦେଇଥିଲେ । ତେବେ ଘଟଣାସ୍ଥଳରେ ପୋଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ଦୁର୍ଦ୍ଦାନ୍ତ ନକ୍ସଲ ମୃତଦେହକୁ ପୋଲିସ ଉଦ୍ଧାର କରିଛି ।

ମୃତ ନକ୍ସଲ ଜଣକ ସାକେତ ନାରେଟି । ସାକେତ ନାରେଟି ପୋଲିସର ମୋଷ୍ଟୱାଣ୍ଟେଟ ନକ୍ସଲ ଥିଲା । କମ୍ପାନି ନମ୍ବର-୬ର କମାଣ୍ଡର ଥିଲା ସାକେତ । ସାକେତ ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଘଟଣାସ୍ଥଲରୁ ଏକେ-୪୭ ବନ୍ଧୁକ ମଧ୍ୟ ଜବତ କରାଯାଇଛି । ଏଥିସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ସୀମାନ୍ତ ଛତିଶଗଡ ଏବଂ ମହାରାଷ୍ଟ୍ରର ସୀମାନ୍ତରେ ପୋଲିସ ୨୬ ଜଣ ନକ୍ସଲଙ୍କୁ ମାରିଥିଲା । ଏଥିରେ ଦୁର୍ଦ୍ଦାନ୍ତ ନକ୍ସଲ ମିଲନ୍ଦର ମଧ୍ୟ ମୃତ୍ୟୁ ହୋଇଥିଲା । ସୁକମା ପୋଲିସର ମୋଷ୍ଟୱାଣ୍ଟେଡ ଲୋକେଶ ମଧ୍ୟ ମୃତ୍ୟୁବରଣ କରିଥିଲା । ମିଲନ୍ଦ ନାମରେ ୫୦ ଲକ୍ଷ ଏବଂ ଲୋକେଶ ନାମରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *