କରୋନା ନେଲା ମହିଳାଙ୍କ ଜୀବନ; ମିଳିଲାନି ଗାଡ଼ି, ଡାକ୍ତରଖାନାରେ ପଡ଼ିରହିଛି ଶବ

ସଇଁନ୍ତଳା : ସଇଁନ୍ତଳା ବ୍ଲକ ବାବୁଉଲବା ଗ୍ରାମର ଜଣେ ୨୫ ବର୍ଷ ବୟସ୍କା ମହିଳାଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ମୃତ ମହିଳାଙ୍କ ପରିବାର ପକ୍ଷରୁ କୁହାଯାଇଛି । ତେବେ ଏହି ମହିଳାଙ୍କ ଗତକାଲି ଅପରାହ୍ନରେ ମୃତ୍ୟୁ ହୋଇଥିବା ବେଳେ ଗାଡ଼ି ସୁବିଧା ନ ମିଳିବାରୁ ଶବ ଡାକ୍ତରଖାନାରେ ପଡ଼ିରହିଛି । ସେ ଗତ କିଛି ଦିନ ହେଲା ଜ୍ୱରରେ ପୀଡ଼ିତ ଥିଲେ । କୋଭିଡ୍ ଟେଷ୍ଟ୍ କରାଇବା ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସଇଁନ୍ତଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହେଲେ ପରିବାର ଲୋକେ କାହାକୁ ମଧ୍ୟ ଜଣାଇ ନ ଥିଲେ ମୃତା ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି । ଡାକ୍ତରଖାନା ଅଧିକାରୀ ବହୁ ବିଳମ୍ବରେ ଏହା ଜାଣିବାକୁ ପାଇଥିଲେ ।

ଦୀର୍ଘ ୨୪ ଘଣ୍ଟା ହେଲା ଡାକ୍ତରଖାନାରେ ତାଙ୍କ ମୃତ୍ୟୁଦେହ ପଡ଼ିରହିଛି । ପ୍ରଶାସନକୁ ଗୁହାରି ଜଣାଇଥିଲେ ମଧ୍ୟ ପରିବାର ଲୋକଙ୍କ କଥାକୁ କେହି ଶୁଣୁନାହାନ୍ତି । ଏଭଳି ଖବର ପ୍ରସାରଣ ହେବା ପରେ ଡାକ୍ତରଖାନା ୭୨ ଘଣ୍ଟା ପାଇଁ ସଟ୍‌ଡାଉନ୍ କରାଯିବ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ସୁମନ କିଶୋର ଡୁଙ୍ଗ ଡୁଙ୍ଗ, ପୁଲିସ ପ୍ରଶାସନ ଓ ଡାକ୍ତରଖାନାରେ ଅଧିକାରୀ ଉପସ୍ଥିତ ଥିଲେ । ଏ ସମ୍ପର୍କରେ ବଲାଙ୍ଗିର ସିଡିଏମ୍‌ଓ ଡା. ଭୀମ ସାହୁଙ୍କୁ ପଚାରିବାରୁ ତାଙ୍କଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରିନାହିିଁ । ଅଞ୍ଚଳରେ ଏଭଳି ଖବର ପ୍ରସାର ହେବା ପରେ କରୋନା ସଂକ୍ରମଣକୁ ନେଇ ପୁଣି ଭୟର ବାତାବରଣ ଦେଖାଦେଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ଖବର ଲେଖା ହେବା ସୁଦ୍ଧା ମୃତଦେହ ଡାକ୍ତରଖାନାରେ ପଡ଼ିରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *