Runaya Launches Sustainable Products for Steel Sector at Make in Odisha Conclave 2022

ରୁନାୟା ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୨ରେ ଇସ୍ପାତ କ୍ଷେତ୍ର ପାଇଁ ସ୍ଥାୟୀ ଉତ୍ପାଦ ଲଂଚ କରିଛି ରୁନାୟା ଦ୍ୱାରା ନିର୍ମିତ ରୁବିକ୍ୟୁ ଓ ରୁକାଲ ଗ୍ରୀନ ହେଉଛି ୧୦୦% ଗ୍ରୀନ ବ୍ରିକେଟ

ଭୁବନେଶ୍ୱର, ୦୨ ଡିସେମ୍ବର ୨୦୨୨: ଖଣି କ୍ଷେତ୍ରପାଇଁ ଭାରତର ପ୍ରଥମ ସ୍ଥିରତା ସମାଧାନ କରୁଥିବା କମ୍ପାନି ରୁନାୟା ଗ୍ରୀନ ବ୍ରାଣ୍ଡ ନାମରେ ଏକ ନୂଆ ଉତ୍ପାଦକୁ ଲଂଚ କରିଛି ଯାହା ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୨ରେ ଭାରତୀୟ ଇସ୍ପାତ ଶିଳ୍ପ ପାଇଁ ସବୁଜ ଉତ୍ପାଦର ପ୍ରସାର ଅଟେ । ଏହି ଉତ୍ପାଦଗୁଡ଼ିକରେ ମାତ୍ର ୧୦% କାର୍ବନ ଖର୍ଚ୍ଚ ହୋଇଛି । ଷ୍ଟିଲ ତିଆରିରେ ଷ୍ଟିଲ ସ୍ଲାଗ କଣ୍ଡିସନର ଭାବରେ ଉଭୟ ରୁବିକ୍ୟୁ ଓ ରୁକାଲ ଗ୍ରୀନ ବ୍ୟବହୃତ ହୁଏ । ଏହାର ଲାଭ ପ୍ରକ୍ରିୟା ପାଇଁ ସମୟ ହ୍ରାସ, ଗୁଣବତାରରେ ଉନ୍ନତି ଓ ପ୍ଲାଂଟ ଉପକରଣ ଅବକ୍ଷୟ ହ୍ରାସ କରେ । ଏହି ନୂଆ ରେଂଜର ଉତ୍ପାଦ ରୁବିକ୍ୟୁ ଓ ରୁକାଲ ଷ୍ଟିଲ ସ୍ଲାଗ କଣ୍ଡିସନରରେ ବ୍ୟବହୃତ ହେବ ଓ ଅଧିକ ନିର୍ଦ୍ଧିଷ୍ଟ ଭାବରେ ମୌଳିକତା ବଜାୟ ରଖିବ । ପୂର୍ବ ପ୍ରକ୍ରିୟାରେ ଆବଶ୍ୟକୀୟ ଫଳାଫଳ ହାସଲ କରିବା ଲାଗି କ୍ରୟ, ପରିଚାଳନା ଓ ବିଭିନ୍ନ ପ୍ରକାରର ଉତ୍ପାଦର ସମୟାନୁବର୍ତିତା ଆବଶ୍ୟକ । ରୁନାୟା ବ୍ରିକେଟ ପ୍ରାଇମାରି ଆଲୁମିନା, ଧାତବ ଆଲୁମିନା ଓ ଅନ୍ୟାନ୍ୟ ସକ୍ରିୟ ଆଲୁମିନିୟମ ଯୌଗିକକୁ ନେଇ ଗଠିତ । ଓଡ଼ିଶାର ତଥା ବିଶ୍ୱର ବହୁ ପ୍ରମୁଖ କଂପାନିରେ ରୁନାୟା ବ୍ରିକେଟ ବ୍ୟବହୃତ ହେଉଛି । କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଆଣିବାକୁ ରୁବିକ୍ୟୁ ଓ ରୁକାଲ ଗ୍ରୀନ ଡିଜାଇନ କରାଯାଇଛି । ରୁନାୟା ଏକ ଲାଇସେନସ ପ୍ରାପ୍ତ ଏଜେନ୍‌ସିକୁ ନିୟୋଜିତ କରିଛି ଯାହା ମାଧ୍ୟମରେ ଇନପୁଟ ସାମଗ୍ରୀକୁ ଘର ଭିତରେ ପ୍ରକ୍ରିୟା କରାଯାଇଥାଏ ଓ ଏହାର ଗୁଣବତା ସୁନିଶ୍ଚିତ ହୋଇଥାଏ । ଏହି ପ୍ରକ୍ରିୟା ଭାରତ ଓ ଓଡ଼ିଶାରେ ନିରନ୍ତର ଖଣି ଖନନ କରିବାକୁ ପ୍ରୋତ୍ସାହିତକରିଥାଏ । ବର୍ତମାନରେ ସ୍କେଲରେ ରୁନାୟା ୪୦,୦୦୦ ଟନ ବର୍ଜ୍ୟ ବସ୍ତୁକୁ ଓଡ଼ିଶାରେ ଲ୍ୟାଣ୍ଡ ଫିଲ କରିବାକୁ ବାରଣ କରିଛି । ଏହାର ଅଭିନବତା ଜ୍ଞାନ କୌଶଳ ପ୍ରୟୋଗ କରି ୩ ବର୍ଷ ମଧ୍ୟରେ ୨୫୦,୦୦୦ଟନ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛି । ଏହି ସବୁଜ ଧାତୁର ବିସ୍ତାର ପାଇଁ ରୁନାୟା ଝାରସୁଗୁଡ଼ାରେ ଅକ୍ଷୟ ଶକ୍ତିର ବିନିଯୋଗ କରୁଛି । ଉନ୍ମୋଚନ କାର୍ଯ୍ୟକ୍ରମରେ ରୁନାୟାର ସହ ପ୍ରତିଷ୍ଠାତା ଅନନ୍ୟ ଅଗ୍ରୱାଲ କହିଛନ୍ତିଯେ- କେବଳ ଏହି ଚମତ୍କାର କନକ୍ଲେଭ ଆୟୋଜନ ପାଇଁ ନୁହେଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ ବିଶେଷ ଭାବରେ ଇପିକଲ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ମୋର ହାର୍ଦ୍ଦିକ କୃତଜ୍ଞତା ଜଣାଉଛି ।  ରୁନାୟାକୁ ସମର୍ଥନ କରିଥିବା ହେତୁ ଆମେ ବହୁତ ଖୁସି । ଓଡ଼ିଶାକୁ ଆମ ଘର ବୋଲି କହି ରୁନାୟା ଗର୍ବିତ । ଆମେ ଅଗାମୀ ବର୍ଷ ଗୁଡ଼ିକରେ
ଅଧିକ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କରିବୁ । ଇସ୍ପାତ ଶିଳ୍ପକୁ ଏହାର ସ୍ଥିରତା କାର୍ଯ୍ୟରେ ଉନ୍ନତି ଆଣିବା ଲାଗି ଆଜି ଆମେ ଆନୁଷ୍ଠାନିକ ଭାବେ ଆମର ନୂତନ ଉତ୍ପାଦ ରୁବିକ୍ୟୁ ଓ ରୁକାଲ ଗ୍ରୀନ ଲଂଚ କରୁଛୁ । ଗ୍ରୀନ ଟେକ୍ନୋଲୋଜି ମାଧ୍ୟମରେ ଏହାକୁ ଉତ୍ପାଦନ କରାଯାଇଛି । ସ୍ଥାୟୀ ପରିବର୍ତନ ଆଣିବାକୁ ଚାହୁଁଥିବା କଂପାନିଗୁଡ଼ିକୁ ଏହି ଉତ୍ପାଦ ଡିଜାଇନ ସମାଧାନ ପ୍ରଦାନ ଜାରୀ ରଖିବାକୁ ଆମେ ଉତ୍ସାହିତ ।ରୁନାୟା ୨୦୧୮ରେ ଶ୍ରୀ ନୈବେଦ୍ୟ ଅଗ୍ରୱାଲ ଓ ଶ୍ରୀ ଅନନ୍ୟ ଅଗ୍ରୱାଲଙ୍କ ଦ୍ୱାରା ପ୍ରତିଷ୍ଠିତ । ବେଦାନ୍ତ ଗ୍ରୁପର ପରବର୍ତି ପୀଢି ଭାବରେ ବିଶ୍ୱର ବଡ଼ ବଡ଼ କଂପାନିଗୁଡ଼ିକ ସହିତ ଏହାର ସଂପର୍କକୁ ଅଧିକ ସୁଦୃଢ କରିବାକୁ ପ୍ରୟାସୀ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *