୧୬ଟି ଜିଲ୍ଲାରେ ଆରଟିପିସିଆର୍ ଲ୍ୟାବ୍ ପାଇଁ ଖର୍ଚ୍ଚ ହେବ ୨୦ କୋଟି

ଭୁବନେଶ୍ୱର  : ରାଜ୍ୟର ୧୬ଟି ଜିଲ୍ଲା ସଦର ମହକୁମାରେ ହେବ ଆରଟିପିସିଆର୍ ଲ୍ୟାବ୍ । ଏହି ଲ୍ୟାବ୍ ଗୁଡିକର ପ୍ରତିଷ୍ଠା ପାଇଁ ୨୦ କୋଟି ଟଙ୍କାକୁ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ଲ୍ୟାବରେ ସିଫ୍ଟ ଅନୁସାରେ ୪ ଜଣ ଲେଖାଏଁ କର୍ମଚାରୀ ନିୟୋଜିତ ହେବ । ଏହି ଲ୍ୟାବ୍ ରେ ଜଣେ ମାଇକ୍ରୋବାୟୋଲୋଜିଷ୍ଟ ଏବଂ ୩ ଜଣ ଟେକ୍ନିସିଆନ୍ ରହିବେ । ତେବେ ଏହି ଲାବୋରେଟୋରୀ ହେବାକୁ ଥିବା ୧୬ ଜିଲ୍ଲାର ନାଁ ହେଲା ଭଦ୍ରକ, ବୌଦ୍ଧ, ବରଗଡ଼, ଢେଙ୍କାନାଳ, ଜଗତସିଂହପୁର, ଗଜପତି, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଓ ରାୟଗଡ଼ା । କରୋନା ସଂକ୍ରମଣ ରାଜ୍ୟରେ ବଢ଼ୁଥିବା ବେଳେ ରାଜ୍ୟ ସରକାର ଏହାର ମୁକାବିଲା କରିବାପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *