୫ଲକ୍ଷ ଟଙ୍କା ବଜ୍ରକାପ୍ତା କାତି ଜବତ, ଅଭିଯୁକ୍ତ ଅଟକ

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ( ଏସ୍‌ଟିଏଫ୍‌) ଶୁକ୍ରବାର ଜଣେ ବନ୍ୟଜନ୍ତୁ ମାଫିଆ ଉପରେ ଚଢ଼ଉ କରି ୪କିଲୋ ୮୨୦ଗ୍ରାମର ବଜ୍ରକାପ୍ତା କାତି ଜବତ କରିଛି । ଯାହାର ଆନ୍ତର୍ଜାତୀୟ ବଜାର ମୂଲ୍ୟ ପାଖାପାଖି ୫ଲକ୍ଷ ଟଙ୍କା ହେବ । ଏସ୍‌ଟିଏଫ୍ ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ବାଲିଚୁଆ ଅଞ୍ଚଳରେ ଚଢ଼ଉ କରି ଏହି ମାଫିଆକୁ କାବୁ କରିବାରେ ସଫଳ ହୋଇଛି । ଅଭିଯୁକ୍ତ ଜଣକ ହେଲା ବାଲିଚୁଆ ଗ୍ରାମର ସୁରେନ୍ ପୂର୍ତ୍ତି । ଏହାପରେ ଏସ୍‌ଟିଏଫ୍ ଟିମ୍ ଅଭିଯୁକ୍ତ ସୁରେନ୍‌କୁ ବନଅଧିକାରୀଙ୍କ ଜିମାରେ ଦେଇଛି । ଏନେଇ ବନ ବିଭାଗ ଅଭିଯୁକ୍ତକୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ସୁରେନ୍ ବଜ୍ରକାପ୍ତା କାତିକୁ ଏକ ବ୍ୟାଗରେ ଭର୍ତ୍ତି କରି ବାଲିଚୁଆ ଅଞ୍ଚଳରେ ଗ୍ରାହକକୁ ଅପେକ୍ଷା କରି ଛିଡ଼ା ହୋଇଥିଲା । ଏସମ୍ପର୍କରେ ଏସ୍‌ଟିଏଫ୍ ଖବର ପାଇ ବାରିପଦା ଫରେଷ୍ଟ ଡିଭିଜନକୁ ଜଣାଇଥିଲା । ପରେ ଫରେଷ୍ଟ ଟିମ୍ ଓ ଏସ୍‌ଟିଏଫ୍ ଟିମ୍ ମିଳିତ ଭାବେ ବାଲିଚୁଆ ଅଞ୍ଚଳକୁ ଯାଇ ସୁରେନ୍ ଉପରେ ଚଢ଼ଉ କରିଥିଲେ । ଏସ୍‌ଟିଏଫ୍‌କୁ ଦେଖି ସୁରେନ୍ ଥରହର ହୋଇଯାଇଥିଲା । ଏମିତିକି ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା । ଏହାପରେ ଏସ୍‌ଟିଏଫ୍ ଟିମ୍ ତାକୁ କାବୁ କରି ପଚରାଉଚରା କରିବା ସହ ବ୍ୟାଗ୍‌ଟିକୁ ଯାଞ୍ଚ କରିଥିଲେ । ପରେ ସେଥିରୁ ବଜ୍ରକାପ୍ତା କାତି ମିଳିଥିଲା । ବଜ୍ରକାପ୍ତା ରଖିବା ନେଇ ସୁରେନ୍ କୌଣସି ଠିକ୍ ଉତ୍ତର ଦେଇପାରିନଥିଲା । ଏହାପରେ ପୁଲିସ ଜେରା କରିବାରୁ କାତି ବିକ୍ରି କରିବା ପାଇଁ ଗ୍ରାହକ ଅପେକ୍ଷାରେ ଥିବା ସ୍ୱିକାର କରିଥିଲା ।

ଏହାପରେ ସେହି କାତି ଗୁଡ଼ିକୁ ଏସ୍‌ଟିଏଫ୍ ଜବତ କରିବା ସହ ସୁରେନ୍‌କୁ ବନବିଭାଗକୁ ଜିମାରେ ଦେଇଥିଲା । ଜବତ କାତିକୁ ପରୀକ୍ଷା ପାଇଁ ଡେରାଡୁନ୍ ସ୍ଥିତ ୱାଇଲ୍ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠାଯିବ । ଅନ୍ୟପକ୍ଷରେ ଏସ୍‌ଟିଏଫ୍ ଘଟଣାର ତଦନ୍ତ କରିବାକୁ ଯାଇ ଅଭିଯୁକ୍ତ ସୁରେନ୍‌ର ମୋବାଇଲ କଲ୍ ଡିଟେଲ୍ସ ଯାଞ୍ଚ କରିବା ସହ ତା’ ଘରେ ଲୋକଙ୍କୁ ପଚରାଉଚରା କରିଛି । ବଜ୍ରକାପ୍ତା ସମେତ କାତିଗୁଡ଼ିକ କେଉଁଠୁ ଆଣିଲେ? ଏହା କାହାକୁ ଦେଇଥାନ୍ତେ? ସୁରେନ୍ ସହିତ ଆଉ କିଏ ସମ୍ପୃକ୍ତି ଅଛି ନା ନାହିଁ? ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଏସ୍‌ଟିଏଫ୍ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରୁଛି । ଉଲ୍ଲେଖଯୋଗ୍ୟ ଯେ, ବନ୍ୟଜନ୍ତୁ ଅଙ୍ଗ ଚୋରାଚାଲାଣ ରୋକିବା ଦିଗରେ ଏସ୍‌ଟିଏଫ୍ ବେଶ୍ ସଫଳତା ହାସଲ କରିଛି । ବର୍ଷକରେ ଏସ୍‌ଟିଏଫ୍ ୧୪ଟି କଲରାପତରିଆ ବାଘଛାଲ, ୯ଟି ହାତୀଦାନ୍ତ, ୨ଟି ହରଣଛାଲ, ୩ଟି ଜିଅନ୍ତା ବଜ୍ରକାପ୍ତା, ୧୦କିଲୋ ବଜ୍ରକାପ୍ତା କାତି ଜବତ କରିଛି । ଏହି ସବୁ ଘଟଣାରେ ୨୭ଜଣ ଅପରାଧୀଙ୍କୁ ଗିରଫ କରାଯାଇଥିବା ଏସ୍‌ଟିଏଫ୍ ପକ୍ଷରୁ ସୂଚନା ମିଳିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *