୩ଟି ପୁଅର ମା’ ଘରୁ ବିତାଡ଼ିତ, ସାହାହେଲେ ସମାଜସେବୀ

ରାଉରକେଲା : ୩ଟି ସୁଯୋଗ୍ୟ ତଥା ସମାଜରେ ପ୍ରତିଷ୍ଠିତ ପୁଅଙ୍କ ମାଆ । ହେଲେ ଭାଗ୍ୟର ଲିଖନ ଥିଲା ଅନ୍ୟ ପ୍ରକାର । ଘରେ ପୁଅବୋହୁ ସେବା ପାଇବା ପରିବର୍ତ୍ତେ ମିଳିଲା ନିର୍ବାସନ । ପୁଅ ବୋହୁ ଦାୟିତ୍ୱ ନେବେ ନାହିଁ ବୋଲି କହି ମାଆକୁ ଲୁଗାପଟା ସହ ଘରୁ କାଢ଼ିଦେଲେ । ପ୍ରାୟ ରାଉରକେଲା ମହାନଗରନିଗମ(ଆରଏମସି) ପାର୍କରେ ପଡ଼ି ରହିବା ପରେ ଜନୈକ ସମାଜସେବୀଙ୍କୁ ଦୃଷ୍ଟିକୁ ଆସିଲେ । ଘଟଣାରେ ପୁଲିସ ହସ୍ତକ୍ଷେପ ପରେ ଓ ସମାଜସେବୀଙ୍କ ଉଦ୍ୟମକ୍ରମେ ବୃଦ୍ଧା ମହିଳାଙ୍କୁ ମୁଣ୍ଡ ଗୁଞ୍ଜିଜିବାକୁ ଶାନ୍ତିଭବନରେ ସ୍ଥାନ ମିଳିଲା । ଏପରି ହୃଦୟବିଦାରକ ତଥା ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଝିରପାଣି ଥାନା ଠାରୁ ପ୍ରାୟ ୫୦ ମିଟରରେ ଥିବା ଉକ୍ତ ଆରଏମସି ଉଦ୍ୟାନରେ । ପରିଣତ ବୟସରେ ଘରୁ ବିତାଡ଼ିତ ହୋଇଥିବା ମହିଳା ହେଉଛନ୍ତି ସହିଦା ବେଗମ(୭୫) ।

ସହିଦାଙ୍କ କହିବା ଅନୁସାରେ ସେ ଜଣେ ପୂର୍ବତନ ଆରଏସପି କର୍ମଚାରୀଙ୍କ ପତ୍ନୀ ଅଟନ୍ତି । ତାଙ୍କ ବଡ଼ପୁଅ ବିଦେଶରେ ସପତ୍ନୀକ ସହ ରୁହନ୍ତି । ସେହିପରି ଦ୍ୱିତୀୟ ପୁଅ କୋଏଲନଗର ଓ ଅନ୍ୟ ପୁଅ ରାଉରକେଲାରେ ରୁହନ୍ତି । ହେଲେ କେହି ମଧ୍ୟ ଦାୟିତ୍ୱ ନେବା ପାଇଁ ଚାହିଁଲେ ନାହିଁ । କୋଣଠେସା ହୋଇରହିବା ପରେ ତାଙ୍କୁ ଘରୁ ବିତାଡ଼ିତ ହେବାକୁ ପଡ଼ିଲା । ଅନ୍ୟ ଉପାୟ ନ ପାଇ ସେ ଆରଏମସି ଉଦ୍ୟାନରେ ରହିଲେ । ମୁଣ୍ଡଫଟା ଖରା ଓ ଭୋକ ଉପାସରେ ସମୟ କଟିଲା । ସୌଭାଗ୍ୟବଶତଃ ସମାଜସେବୀ ରାକେଶ ମହାନ୍ତି ପ୍ରାତଃଭ୍ରମଣକୁ ଯାଇଥିବା ବେଳେ ତାଙ୍କ ଉପରେ ନଜର ପଡ଼ିଲା । ସେ ସିଲି ମହାନ୍ତି, ପ୍ରକାଶ ପାସୱାନ ଓ ଝୁନୁ ନାୟକଙ୍କୁ ଡାକି ବୃଦ୍ଧାଙ୍କୁ ନିକଟସ୍ଥ ଥାନାକୁ ନେବା ଲାଗି ଇଚ୍ଛା ପ୍ରକାଶ କଲେ । ଥାନାକୁ ନେବା ପରେ ବୃଦ୍ଧାଶ୍ରମ ଶାନ୍ତିଭବନକୁ ଯୋଗାଯୋଗ କରାଯାଇ ବୃଦ୍ଧାଙ୍କୁ ଛଡ଼ା ଯାଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *