ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗକରି ରାସ୍ତା ଅବରୋଧ କଲେ ଶତାଧିକ ଲୋକେ

ମୋହନା : ଗଜପତି ଜ଼ିଲ୍ଲା ଆର.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ଏକ ରୋଗୀଙ୍କ ମୃତ୍ୟୁ ହେବାପରେ ସେଠାରେ ତୁମୁଳ କାଣ୍ଡ ଘଟିଥିବା ଦେଖିବାକୁ ମିଳିଛି  l ଚିକିତ୍ସା ଅଭାବ ତଥା ଡାକ୍ତରଙ୍କ ଅନୁପସ୍ଥିତି ଅଭିଯୋଗରେ ଶତାଧିକ ଲୋକ ମୋହନା-ପାରଳାଖେମୁଣ୍ଡି ଜାତୀୟ ରାଜପଥକୁ ଆର. ଉଦୟଗିରି ଠାରେ ଅବରୋଧ କରିଛନ୍ତି l ଫଳରେ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି l ସୂଚନା ମିଳିଥିବା ଅନୁସାରେ ଆର. ଉଦୟଗିରି ଖ୍ରୀଷ୍ଟିଆନ ସାହିର ରାଜେନ୍ଦ୍ର ଜେନାଙ୍କ ଦେହଖରାପ ହେବାପରେ ତାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା l କିନ୍ତୁ ସେ ସମୟରେ ସ୍ୱାସ୍ଥ୍ୟକେନ୍ଦ୍ରରେ କୌଣସି ବି ଡାକ୍ତର ଉପସ୍ଥିତ ନଥିଲେ l ଚିକିତ୍ସାରେ ଅବହେଳା କାରଣରୁ ରୋଗୀ ରାଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି l ଅଭିଯୋଗ କରି ରାସ୍ତା ଅବରୋଧ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି ଲୋକେ l ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚିନାହାଁନ୍ତି l

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *