ସଡ଼କ ଦୁର୍ଘଟଣାରେ ଚାଲିଗଲା ସ୍ତ୍ରୀର ଜୀବନ, ସ୍ୱାମୀ ଗୁରୁତର

ର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ମା’ ବାଟମଙ୍ଗଳା ଛକ ନିକଟ ଓଭର ବ୍ରିଜଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ହୋଇଥିବା ତାଙ୍କ ସ୍ବାମୀଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ, ଆଜି ସକାଳ ପ୍ରାୟ ସାଢ଼େ ୯ଟାରେ ୧୬ ନମ୍ବର ଜାତୀୟ ରାଜପଥରେ ବେଗୁନିଆ ଡିଙ୍ଗର ରାଉତପଡ଼ା ଗାଁର ସନାତନ ଦାସ ଓ ମଂଜୁଲତା ସ୍କୁଟି (ଓଡି ୩୩ଏଏ ୨୧୭୮)ଯୋଗେ ଭୁବନେଶ୍ୱରରୁ ତାଙ୍କ ନିଜ ଗ୍ରାମକୁ ଫେରୁଥିଲେ । ଏହି ସମୟରେ ମା’ ବାଟମଙ୍ଗଳା ଛକ ନିକଟ ଓଭରବ୍ରିଜଠାରେ ପଛପଟୁ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ମଂଜୁଲତା ଗାଡ଼ିରୁ ଛିଟିକି ପଡ଼ି ଟ୍ରକ ଚକା ତଳକୁ ଚାଲିଯାଇଥିଲେ । ଟ୍ରକଟି ମଂଜୁଲତାଙ୍କ ମୁଣ୍ଡ ଉପରେ ଚଢ଼ିଯିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଏନେଇ ସୂଚନା ପାଇଁ ଶିଳ୍ପାଞ୍ଚଳ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିକିତ୍ସାଳୟ ପଠାଇଥିଲେ । ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକର ପତ୍ତା ମିଳିନଥିବା ବେଳେ ଏନେଇ ୩୮୭/୨୦୨୧ରେ ଏକ ମାମଲା ରୁଜୁ କରାଯିବା ସହ ଫେରାର୍ ଥିବା ଟ୍ରକ ସମ୍ପର୍କରେ ଅନୁସନ୍ଧାନ କରାଯାଉଥିବା ନେଇ ଟାଉନ୍ ଥାନା ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *