ଏସ୍‌ସିବି କୋଭିଡ ହସ୍ପିଟାଲ ବାହାରେ ଉତ୍ତେଜନା

କଟକ : ଏସ୍‌ସିବି କୋଭିଡ ହସ୍ପିଟାଲ ବାହାରେ ରୋଗୀ ସମ୍ପକୀୟଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । ରୋଗୀ ସମ୍ପର୍କୀୟଙ୍କ ୱାର୍ଡ ଭିତରକୁ ପ୍ରବେଶ ଅନୁମତି ମିଳୁନଥିବାରୁ ଏହି ଉତ୍ତେଜନା ସୃଷ୍ଟି ହୋଇଛି । ପୂର୍ବରୁ ରୋଗୀଙ୍କୁ ଦେଖିବାକୁ ଅନୁମତି ଥିବାବେଳେ ଆଜି ହଠାତ୍ ବନ୍ଦ କରିଦେବାରୁ ଉତ୍ତେଜନା ସୃଷ୍ଟି ହୋଇଥିବା ଜଣାପଡିଛି । ତେବେ କୋଭିଡ ହସ୍ପିଟାଲରେ ସିସିଟିଭି ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ସମ୍ପର୍କୀୟ ଚାହିଁଲେ ସିଧାସଳଖ ରୋଗୀଙ୍କୁ ଦେଖିପାରିବେ । ସିସିଟିଭି ପାଇଁ ସ୍ୱତନ୍ତ୍ର କନଫରେନ୍ସ ହଲର ବ୍ୟବସ୍ଥା ହେବ । ହେଲ୍ପ ଡେସ୍କରେ ମଧ୍ୟ ସୋସିଆଲ ମିଡିଆର ବ୍ୟବସ୍ଥା ରହିବ ।

ସମ୍ପର୍କୀୟ ଚାହିଁଲେ ରୋଗୀଙ୍କ ଫଟୋଚିତ୍ର ଦେଖିବା ସହ କଥା ହୋଇପାରିବେ । ପ୍ରତିଦିନ ସମ୍ପର୍କୀୟଙ୍କୁ ଅପଡେଟ କରାଯିବ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା । ଏସଏମଏସ କିମ୍ବା ସୋସିଆଲ ମିଡିଆ ସାହାର୍ଯ୍ୟରେ ଏହାକୁ ଅପଡେଟ କରାଯିବ । ହେଲ୍ପ ଡେସ୍କ କାର୍ଯ୍ୟରେ ସମ୍ପର୍କୀୟ ଅସନ୍ତୋଷ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ରୋଗୀ ସମ୍ପର୍କୀୟ କୌଣସି ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ହେବ । ଅନ୍ୟପଟେ ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ କରିଛନ୍ତି ସରକାର।

ସମସ୍ତ ଘରୋଇ ଓ ସରକାରୀ ଚିକିତ୍ସା କେନ୍ଦ୍ରରେ ରହିବ ହେଲ୍‌ପ ଡେସ୍କ। ହେଲ୍‌ପ ଡେସ୍କ ଗୁଡ଼ିକ ସପ୍ତାହ ସାରା ୨୪ ଘଣ୍ଟା କାର୍ଯ୍ୟ କରିବ। ଏନେଇ ଗତକାଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *