୭୨ ପିଲାଙ୍କ ପାଇଁ ଦାୟୀ କିଏ?

ଭଞ୍ଜନଗର  : ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ କରୋନା କାରଣରୁ ରାଜ୍ୟରେ ରେକର୍ଡ ସଂଖ୍ୟକ ପାଶ ହାର ରହିଛି । ତେବେ ଏହା ମଧ୍ୟରେ କିଛି ସ୍ଥାନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଜ ମାର୍କକୁ ନେଇ ଅସନ୍ତୋଷ ଦେଖା ଦେଇଛି । ତେବେ ଭଞ୍ଜନଗର ସ୍ଥିତ ସାଇ ଗୁରୁକୁଳ ଆବାସିକ ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୭୨ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇନାହିଁ । ୭୨ ଜଣ ଛାତ୍ରଛାତ୍ରୀ ଫର୍ମ ଫିଲପ କରିବା ଠାରୁ ଆରମ୍ଭ କରି ସମସ୍ତ ପ୍ରକ୍ରିୟା ପୂରଣ କରିଥିଲେ । ତେବେ କରୋନା କାରଣରୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ବାଚନ ବାତିଲ କରି ଦିଆଯାଇଥିଲା । ପରୀକ୍ଷାଫଳ ପ୍ରକାଶ ପାଇଥିଲେ ହେଁ ଏହି ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନାଁ ନଥିବା ଜଣାପଡିଛି । ଏସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପଚରା ଯାଇଥିଲେ ହେଁ ସେମାନଙ୍କ ନିକଟରେ କୌଣସି ଉତ୍ତର ନାହିଁ । ସ୍କୁଲ କର୍ତ୍ତୃପକ୍ଷ ହାତ ଟେକି ଦେଇଥିବା ବେଳେ ପିଲା ଓ ଅଭିଭାବକ ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ୭୨ ପିଲାଙ୍କ ଭବିଷ୍ୟତ ଉପରେ କଳାବାଦଲ ଛାଇଥିବା ବେଳେ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳୁଥିବା ଅଧିକାରୀଙ୍କ ବିିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସହିତ ପରୀକ୍ଷାଫଳ ପ୍ରକାଶ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *