ରାଜ୍ୟ ବାହାରକୁ ଗଡ଼ିବନି ବସ୍

ଭୁବନେଶ୍ୱର: ରାଜ୍ୟର ସମସ୍ତ ସହରାଞ୍ଚଳରେ ଆସନ୍ତାକାଲି ଠାରୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବ । ରାତି ୯ଟାରୁ ସକାଳ ୫ଟା ଯାଏ ରହିବ ନାଇଟ୍ କର୍ଫ୍ୟୁ । ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଯାଉଥିବା ଆନ୍ତଃରାଜ୍ୟ ବସ୍ ସେବାକୁ ଆସନ୍ତା ସୋମବାର ଠାରୁ ବନ୍ଦ କରାଯିବ । ରାଜ୍ୟ ଭିତରେ ପୂର୍ବ ଭଳି ବସ୍ ଚଳାଚଳ ଜାରି ରହିବ । ବସରେ କେହି ଛିଡ଼ା ହୋଇ ଯାଇପାରିବେ ନାହିଁ । ଅଟୋ, ଟ୍ୟାକ୍ସିରେ ଡ୍ରାଇଭର୍ ସହ ୨ ଜଣ ଯାଇପାରିବେ । କ୍ଷମତାର ୫୦ ପ୍ରତିଶତ ସିଟକୁ ନେଇ ଚାଲିବ ସିନେମା ହଲ୍ । ଖୋଲାସ୍ଥାନରେ ଥିବା ମୀନା ବଜାର ଓ ପାର୍କରେ ସର୍ବାଧିକ ୨୦୦ ଜଣ, ଥିଏଟର ଓ ଯାତ୍ରାରେ ସର୍ବାଧିକ ୧ ହଜାର ଲୋକ ସାମିଲ୍ ହୋଇପାରିବେ ।

ସେହିଭଳି ବିଭିନ୍ନ କାର୍ଯ୍ୟକ୍ରମ ଯଥା ବିବାହରେ ସର୍ବାଧିକ ୫୦ ଜଣ, ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୨୦ ଜଣ ସାମିଲ୍ ହୋଇପାରିବେ । ଧାର୍ମିକ, ସାମାଜିକ, ରାଜନୀତିକ ସମାବେଶ ଓ ସଭା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । କୌଣସି ସ୍ଥାନରେ ସଭା, ସମିତି ଆୟୋଜନ କରାଯାଇ ପାରିବ ନାହିଁ । ବିଭିନ୍ନ ଧର୍ମାନୁଷ୍ଠାନରେ କେବଳ ପୂଜକ ରୀତିନୀତି କରିବେ । ଶ୍ରଦ୍ଧାଳୁ ସାମିଲ୍ ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ । ପ୍ରତି ହାଟ ଗୁଡ଼ିକରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷାକୁ କଡ଼ାକଡ଼ି କରାଯିବ । କରୋନା ଭାଇରସର ଦ୍ୱିତୀୟ ଲହରରେ ଯୁବବର୍ଗ ଅଧିକ ସଂକ୍ରମିତ ହେଉଛନ୍ତି । ୩୫ରୁ ୪୦ ବର୍ଷ ବୟସ୍କ ଅଧିକ ସଂକ୍ରମିତ ହେଉଛନ୍ତି । ବାର୍, ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡ଼ିକରେ କ୍ଷମତାର ୫୦ ପ୍ରତିଶତ ବସିକରି ଖାଇବେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *