ରାଜ୍ୟ ସ୍ତରୀୟ ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝିଙ୍କ 166ତମ ସହିଦ ଦିବସ ପାଳିତ..

ବଲାଙ୍ଗୀର : କଳାହାଣ୍ଡି ଜ଼ିଲ୍ଲା ସଦର ମହକୁମା ଭବାନୀପାଟଣା ଠାରେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଯୁଗଜନ୍ମା ପୁରୁଷ ମହାନ ବିପ୍ଲବୀ କଳାହାଣ୍ଡି ର ବରପୁତ୍ର ରେଣ୍ଡୋ ମାଝି ଙ୍କ ରାଜ୍ୟସ୍ତରୀୟ 166 ତମ ସହିଦ ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି.ନକଟିଗୁଡା ଠାରୁ ଆଦିବାସୀ ମାନେ ପାରମ୍ପରିକ ବେସଭୂଷା ସହିତ ଡକା ଢ଼ାପ ବାଦ୍ୟ ର ତାଳେ ତାଳେ ନାଚି ନାଚି ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ରେ ଆସି ରେଣ୍ଡୋ ମାଝି ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ. ନୁଆଁ ବସଷ୍ଟାଣ୍ଡ ସ୍ଥିତ ସହିଦ ରେଣ୍ଡୋ ମାଝି ଙ୍କ ସ୍ମୃତି ପୀଠ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ.ପରେ ସହିଦ ଦିବସ ମହୋତ୍ସବ ଉପଲକ୍ଷେ ଅନୁଷ୍ଠିତ ସଭାରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାସଚିବ ନିରଞ୍ଜନ ବିଶି,ନବରଙ୍ଗପୁର ର ଆଦିବାସୀ ନେତା ବୁଡୁ ଜାନି,ସମ୍ବଲପୁର ର ଆଦିବାସୀ ନେତା ଶ୍ୟାମସୁନ୍ଦର ମୁଣ୍ଡା,ବଲାଙ୍ଗିର ର ଆଦିବାସୀ ନେତା ପୁରୁଷୋତ୍ତମ ଧରୁଆ,ପଦ୍ମନ ପ୍ରଧାନୀ,ଚୈତନ୍ୟ ମାଝି,ଆଦି କନ୍ଧ ସମାଜ ସଭାପତି ସୁରେଶ ଭୋଇ,ବିଶ୍ୱାବସୁ ଶବର ସମାଜ ସଭାପତି ଚନ୍ଦ୍ରଶେଖର ଶବର,ପବିତ୍ର ଶବର,ପରମାନନ୍ଦ ମାଝି,ଥବିର ପୂଝlରୀ,ପ୍ରମୁଖ ମଞ୍ଚାସିନ ଥିଲେ.ଜମି ଜଳ ଜଙ୍ଗଲ ର ମାଲିକ ଆଦିବାସୀ, ପ୍ରକୃତି ଏବଂ ଆଦିବାସୀ ପରସ୍ପର ପରିପୂରକ.ଇଂରେଜ ସରକାର ଆଦିବାସୀ ମାନଙ୍କ ଜମି ରେ କରଧର୍ଯ୍ୟ କଲେ ଏବଂ ଜଙ୍ଗଲ ଜାତଦ୍ରବ୍ୟ ସଂଗ୍ରହ ଓ ଖଜଣା ସଂଗ୍ରହ ପାଇଁ ଠିକାଦାରୀ ପ୍ରଥା ଲାଗୁ କରିଦେଲେ .ଆଦିବାସୀ ମାନଙ୍କ ଜମିକୁ ଅଣ ଆଦିବାସୀ ମାନଙ୍କ ନାମରେ ପଟ୍ଟା କରିଦେଲେ.ବ୍ରିଟିଶ ସରକାର ର ଆଦିବାସୀ ବିରୋଧୀ ହୁକୁମନାମl କୁ ଆଦିବାସୀ ମାନେ ବିରୋଧ କରି ଚାରିଆଡେ ବିଦ୍ରୋହ କଲେ.କନ୍ଧ ଆଦିବାସୀ ମାନଙ୍କ ମେରିଆ ବଳି ପ୍ରଥା ପରମ୍ପରା କୁ ମେଜର ଜେନେରାଲ କେମ୍ପବେଳ ବନ୍ଦ କରିବା ପାଇଁ ଆଦିବାସୀ ମାନଙ୍କ ଉପରେ ମିଥ୍ୟା ମାମଲା ରୁଜୁ କରି ଦମନ ଲୀଳା ଚଳାଇଲେ.ଫଳରେ ଆଦିବାସୀ ମାନେ ଇଂରେଜ ସରକାର ବିରୁଦ୍ଧରେ ସାଲିସ ବିହୀନ ସଂଗ୍ରାମ ଘୋଷଣା କଲେ.ଆଦିବାସୀ ମାନେ ସ୍ୱାଧୀନ,ସ୍ୱତନ୍ତ୍ର,ସ୍ୱାଭିମାନୀ,ଇଂରେଜ ସରକାର ର ଅନ୍ୟାୟ ଅତ୍ୟାଚାର,ଶୋଷଣ,ଦମନ,ପରାଧୀନ କାର୍ଯ୍ୟ କୁ ଘୋର ଅସନ୍ତୋଷ ପ୍ରକାଶ କଲେ.ଫିରଙ୍ଗୀ ପୋଲିସ ବିରୁଦ୍ଧରେ କାନ୍ଧମେଲୀ କଲେ.ଗରିଲା ଯୁଦ୍ଧ ରେ ଇଂରେଜ ପୋଲିସ କୁ ହତ୍ୟା କଲେ.କଳାହାଣ୍ଡି ମାଟିରୁ ଇଂରେଜ ସରକାର କୁ ହଟାଇବା ପାଇଁ ସ୍ୱାଧୀନତା ସଂଗ୍ରାମ ଆରମ୍ଭ କଲେ କନ୍ଧ ନେତା ରେଣ୍ଡୋ ମାଝି.1853 ମସିହାରେ ରେଣ୍ଡୋ ମାଝି ଙ୍କୁ ଗିରଫ କଲା ପୋଲିସ.ଦୁଇ ବର୍ଷ ପରେ 1855 ଡିସେମ୍ବର ଦଶ ତାରିଖ ରେ ଆଦିବାସୀ ମାନଙ୍କୁ ଭୟଭୀତ କରାଇବା ପାଇଁ ରେଣ୍ଡୋ ମାଝି ଙ୍କୁ ହାତ ଗୋଡ ବେକ ଅଣ୍ଟା ରେ ଲୁହା ଶିକୁଳି ବାନ୍ଧି ବ୍ରିଟିଶ ଲେଫ୍ଟନାଣ୍ଟ ମାକନେଲ ଗାଁ ଗାଁ ବୁଲାଇଲେ.ପାଟମାଝି କନ୍ଧ ସର୍ଦାର ରେଣ୍ଡୋ ମାଝି ଙ୍କ ପ୍ରତି ଏଭଳିଆ ନୃଶଂସ ନିର୍ଯାତନା ଦେଖି ଆଦିବାସୀ ମାନେ ରକ୍ତମୁଖା ହୋଇଗଲେ.ଉର୍ଲାଦାନୀ ର ଇଂରେଜ ପୋଲିସ ଶିବିର ଉପରେ ଆଦିବାସୀ ମାନେ ଆକ୍ରମଣ କଲେ,ଶିବିର ପୋଡି ଦେଲେ.ଏହି ଘଟଣା ରେ ପୋଲିସ ପ୍ରତିଶୋଧ ପରାୟଣ ହୋଇ ଡିସେମ୍ବର ଦଶ ତାରିଖ 1855 ମସିହାରେ ରେଣ୍ଡୋ ମାଝି ଙ୍କୁ ଫାସୀ ଖୁଣ୍ଟରେ ଝୁଲାଇ ଦେଲେ.ଭାରତୀୟ ସ୍ୱାଧୀନତା ସଂଗ୍ରାମ ରେ ରେଣ୍ଡୋ ମାଝି ପ୍ରଥମ ସହିଦ ଥିଲେ.ସେ ଆଦିବାସୀ ସମାଜ ର ଗର୍ବ ଏବଂ ଗୌରବ ତଥା ପ୍ରେରଣା ର ଉତ୍ସ ବୋଲି ଆଦିବାସୀ ନେତା ମାନେ ପ୍ରକାଶ କରିଥିଲେ.

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *