ହସ୍ପିଟାଲରେ ଭର୍ତ୍ତି ହେଲେ ମାଷ୍ଟରବ୍ଲାଷ୍ଟର ସଚ୍ଚିନ
ମୁମ୍ବାଇ : ଆଜି ପୂର୍ବତନ କ୍ରିକେଟର ମାଷ୍ଟରବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ଗତ ୨୭ ତାରିଖରେ ସଚ୍ଚିନ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ପରେ ଘରେ ରହିଥିଲେ । ମାତ୍ର ୬ଦିନ ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସଚ୍ଚିନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହାସହ ଆଜି ଭାରତ ଦ୍ୱିତୀୟ ବିଶ୍ୱକପ ପାଇବାର ୧୦ମ ବାର୍ଷିକୀ ଅବସରରେ ମଧ୍ୟ ସେ ତାଙ୍କ ଟିମମେଟ୍ ଏବଂ ପ୍ରତ୍ୟେକ ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
https://twitter.com/sachin_rt/status/1377853111944015873?s=20