ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ପୁଣି ୟୁଏଇରେ ଖେଳାଯିବ ଆଇପିଏଲ୍‌

ନୂଆଦିଲ୍ଲୀ :  ବିଦେଶରେ ଦେଖିବାକୁ ମିଳିବ ଆଇପିଏଲର ଟକ୍କର । UAEରେ ଖେଳାଯିବ ଚଳିତବର୍ଷର ବାକି ଆଇପିଏଲ ମ୍ୟାଚ୍ । ଏ ନେଇ ଆଜି ବିସିସିଆଇର ସ୍ୱତନ୍ତ୍ର ସାଧରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆଇପିଏଲର ବାକିଥିବା ୩୧ଟି ମ୍ୟାଚ୍ UAEରେ ଖେଳାଯିବ । ତେବେ ଭାରତରେ ଟି-୨୦ ଓ୍ବାଲ୍ଡ କପ୍ ହେବା ନେଇ ଆଜି କୌଣସି ନିଷ୍ପତ୍ତି ନିଆଇପାରିନି । ଏ ନେଇ ଆଇସିସିକୁ ଅଧିକ ସମୟ ମାଗିବ ବିସିସିଆଇ । ଅକ୍ଟୋବରରୁ ନଭେମ୍ବର ମାସରେ ଭାରତରେ ଟି-୨୦ ଓ୍ବାଲ୍ଡ କପ୍ ହେବାକୁ ଥିବାବେଳେ ଏହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି ।

କରୋନା ଓ ପାଗ ଖରାପ ପାଇଁ ଭାରତରେ ମ୍ୟାଚ୍ ହେବା ନେଇ ଆଶଙ୍କା ଦେଖାଦେଇଛି । ଭାରତରେ ଟି-୨୦ ମ୍ୟାଚ୍ ନ ହେଲେ UAEରେ ମ୍ୟାଚ୍ ହେବା ନେଇ ଆଶାବାଦୀ ରହିଛି ବିସିସିଆଇ । ଆଜି ବସିଥିବା ବୈଠକରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ ।  ତେବେ ବର୍ତ୍ତମାନର ପରିସ୍ଥିତିରେ ଆଇପିଏଲ୍‌କୁ ଦେଶ ବାହାରେ ଆୟୋଜନ କରାଯାଉଥିଲେ ହେଁ, ଆଗାମୀ ଦିନରେ ଦେଶରେ ଟି-୧୦ ବିଶ୍ୱକପ୍ ଆୟୋଜନ କରାଯିବାକୁ ନେଇ ଆଶାବାଦୀ ଅଛି ବିସିସିଆଇ ।

ଏଥିସହିତ ଏ ଦିଗରେ ଚୂଡ଼ାନ୍ତ ପଦକ୍ଷେପ ନେବା ନେଇ ଆଇସିସି ଜୁଲାଇ ପ୍ରଥମ ସପ୍ତାହ ଯାଏଁ  ଅପେକ୍ଷା କରିବେ ବୋଲି ଆଶାବ୍ୟକ୍ତ କରାଯାଇଛି । ସୂଚନା ଯୋଗ୍ୟ ଚଳିତ ବର୍ଷ ଆଇପିଏଲ୍‌ର ୨୯ଟି ମ୍ୟାଚ୍ ଖେଳାଯବା ପରେ କିଛି ଖେଳାଳି  ଓ ସପୋର୍ଟ ଷ୍ଟାଫ୍ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହାକୁ ସ୍ଥଗିତ ରଖାଯାଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *