ଠିକା ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କ ଚାକିରି ନିୟମିତ କର : ହାଇକୋର୍ଟ

କଟକ : ରାଜ୍ୟ ସରକାରଙ୍କ ୪ଟି ବିଭାଗରେ କାର୍ଯ୍ୟରତ ଠିକା ଡାଟା ଏଣ୍ଟ୍ରି ଅପରେଟର୍‌ମାନଙ୍କ ଚାକିରୀ ନିୟମିତ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି। ଆବେଦନକାରୀ ରଶ୍ମୀରେଖା ଦାସ, ସନ୍ତୋଷ କୁମାର ମୁଦୁଲି ଓ ଅନ୍ୟମାନଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା । ହାଇକୋର୍ଟର ବିଚାରପତି ଡ. ବିଦ୍ୟୁତ୍ ରଂଜନ ଷଡଙ୍ଗୀଙ୍କ ଇଜିଲାସ, ସାଧାରଣ ପ୍ରଶାସନ ବିଭାଗର ୨୦୧୩ ସେପ୍ଟେମ୍ବର ୧୭ ତାରିଖ ପ୍ରସ୍ତାବ ଅନୁସାରେ ଡାଟା ଏଣ୍ଟ୍ରି ଅପରେଟର୍‌ମାନଙ୍କ ଚାକିରୀ ନିୟମିତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କୁ ଆସନ୍ତା ୩ ମାସରେ ନିୟମିତ କରିବା ସହ ସମସ୍ତ ସୁବିଧା ସୁଯୋଗ ଦେବାକୁ କୋର୍ଟ କହିଛନ୍ତି । ଲୋକାଲ୍ ଫଣ୍ଡ ଅଡିଟ୍‌, ସବ୍ ରେଜିଷ୍ଟ୍ରାର୍‌ରେ କାର୍ଯ୍ୟରତ ଡାଟଶ ଏଣ୍ଟ୍ରି ଅପରେଟର୍‌, ଲୋକସେବା ଭବନ ଓ ଗୋପବନ୍ଧୁ ଏକାଡେୀମରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର୍‌ମନେଙ୍କୁ ନିୟମିତ କରିବାକୁ ଆଦେଶ ଦେଇଛନ୍ତି । ମାପଦଣ୍ଡ ଅନୁସାରେ ଠିକା କର୍ମଚାରୀଙ୍କୁ ନିୟମିତ କରିବାକୁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଫଳରେ ୧୨ ଶହରୁ ଅଧିକ ଠିକା କର୍ମଚାରୀ ଉପକୃତ ହେବେ । ଆବେଦନରେ କୁହାଯାଇଥିଲା ଯେ ଗତ ୨୦୦୬ ମସିହାଠାରୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଆଉଟ୍ ସୋର୍ସିଂ ଦ୍ୱାରା ଅନେକ ଠିକା ଡାଟା ଏଣ୍ଟ୍ରି ଅପରେଟର୍‌ମାନଙ୍କୁ ନିୟୋଜିତ କରାଯାଇଥିଲା । ତେବେ ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଦିଆଯାଉନଥିଲା । ସାଧାରଣ ପ୍ରଶାସନ ବିଭାଗର ୨୦୧୩ ସେପ୍ଟେମ୍ବର ୧୭ ତାରିଖ ପ୍ରସ୍ତାବ ଅନୁସାରେ ସମସ୍ତ ଆବେଦନକାରୀଙ୍କ ଚାକିରୀ ନିୟମିତ କରିବା ସହ ଅନ୍ୟାନ୍ୟ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଏହି ମାମଲା ରୁଜୁ କରାଯାଇଥିଲା । ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲାକୁ ଆଇନଜୀବୀ ଭବାନୀ ଶଙ୍କର ତ୍ରିପାଠୀ, ଅତୂଲ୍ୟ ତ୍ରିପାଠୀ, ଅମିତ୍ ସାହୁ ପ୍ରମୁଖ ପରିଚାଳନା କରୁଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *