ହାଡ଼ ଦୁର୍ବଳକୁ ନେଇ ଚିନ୍ତିତ କି ?

ଭୁବନେଶ୍ୱର :  ସୁସ୍ଥ ଶରୀର ପାଇଁ ଜୁସ ଖୁବ ଲାଭକାରୀ । ଖାଲି ଫଳ ନୁହେଁ ପନିପରିବା ଜୁସ ବି ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭକାରୀ । ଋତୁ ଅନୁସାରେ ମିଳୁଥିବା ଫଳ ଜୁସ ପିଇଲେ ଶରୀରକୁ ଆବଶ୍ୟକ ମୁତାବକ ପୋଷକ ତତ୍ତ୍ୱ ମିଳିଥାଏ । କିନ୍ତୁ କିଛି ଫଳ ଏମିତି ଅଛି ଯାହାର ଜୁସ ବର୍ଷର ଯେକୌଣସି ସମୟରେ ବି ପିଇଲେ ଆପଣଙ୍କ ଶରୀରକୁ ଫାଇଦା ମିଳିଥାଏ । ଆପଣ ମାନେ ତ ଆଖୁ ଖାଇଥିବେ ଆଉ ଏହାର ଜୁସ ବି ପିଇଥିବେ । ଶୀତଋତୁରେ ଏହାର ରସ ଶରୀରକୁ ପୋଷକ ଯୋଗାଇଥିବା ବେଳେ ଗରମ ଦିନରେ ଏହା ଥଣ୍ଡା ରଖିଥାଏ । ଖାଲି ସେତିକି ନୁହେଁ ଶରୀରର ଇମ୍ୟୁନିଟିକୁ ବଢ଼ାଇଥାଏ । ଆଉ ସବୁଠୁ ବଡ କଥା ହେଉଛି ଆଖୁରସରେ ଫ୍ୟାଟ ଖୁବ କମ ପରିମାଣରେ ଥାଏ । ତେବେ ଆସନ୍ତୁ ଆଖୁର ଆଉ କିଛି ଉପକାରୀ ଗୁଣ ବିଷୟରେ ଜାଣିବା ।

– ଆଖୁରସରେ କିଛି ଲେମ୍ବୁରସ ସହ ହାଲୁକା ସୈନ୍ଧର୍ବ ଲବଣ ମିଶାଇ ପିଇଲେ ଶରୀରକୁ ଏନର୍ଜି ମିଳିଥାଏ | ଆଉ ମଧ୍ୟ ଆଖୁରେ ପ୍ରଚୁର ପରିମାଣରେ ଫାଇବର ଥାଏ । ଏହା ସହ ଫ୍ରେସ ଆଖୁ ରସ ପିଇଲେ ଜଣ୍ଡିସ, ଆନିମିଆ, ଏସିଡ଼ିଟି ପରି ରୋଗ ପାଇଁ ଉପଚାର ମିଳିଥାଏ । ଖରା ଦିନେ ପେଟ ସମ୍ବନ୍ଧୀୟ ରୋଗ ପାଇଁ ବି ଏହା ଲାଭକାରୀ ।

– ଆଖୁରେ ଗ୍ଲୁକୋଜ ପ୍ରଚୁର ଥିବାରୁ ଏହା ଶରୀରର ଗ୍ଲୁକୋଜକୁ ବାଲାନ୍ସ କରିଥାଏ । ତେଣୁ ଏହାକୁ ଡାଇବେଟିସ ରୋଗୀ ମାନେ ବି ପିଇପାରନ୍ତି । ଆଉ ଏଥିରେ କୌଣସି ପ୍ରକାର କେମିକାଲ ନଥାଏ । ପ୍ରାକୃତିକ ମିଠାରେ ପରିପୂର୍ଣ୍ଣ ।

– ଏହାବାଦ ଅନେକ ବଡ ବଡ ରୋଗ ପାଇଁ ବି ଆଖୁରସ ଗୁଣକାରୀ ବୋଲି ବୈଜ୍ଞାନିକ ମାନେ ମତ ଦେଇଛନ୍ତି । ଜଣ୍ଡିଜ ରୋଗୀ ମାନେ ନିୟମିତ ଭାବରେ ଏହାର ରସ ପିଇଲେ ଲିଭର ସୁସ୍ଥ ରହିଥାଏ । ଲିଭରର ସଂଜୀବନୀ ବୋଲି କୁହାଯାଏ ।

– ଆଖୁ ରସ ଇମ୍ୟୁନିଟି ବୃଦ୍ଧି କରିବା ସହ ଓଜନ କମ କରିବାରେ ଲାଭକାରି ହୋଇଥାଏ ।

– ଗରମ ଦିନରେ ସାଧାରଣତଃ ତ୍ୱଚା ନିଜ ଚମକ ହରାଇଥାଏ । ଖୁବ କମ ଲୋକ ଜାଣନ୍ତି ଆଖୁ ରସ ତ୍ୱଚାରେ ଚମକ ଆଣିପାରେ । ଆଉ ଆଖୁ ରସ ପିଇଲେ ବ୍ରଣ ଆଦିରୁ ମଧ୍ୟ ମୁକ୍ତି ମିଳିଥାଏ ।

– ଆଖୁରସରେ ଶୁକ୍ରଜ ପ୍ରଚୁର ଥିବାରୁ ଏହା ରକ୍ତ ସଫା କରିବା ସହ ଏଥିରେ ଥିବା କ୍ୟାଲସିୟମ, ମ୍ୟାଗନେସିୟମ, ଫସରଫରସ, ଆଇରନ, ପୋଟାସିୟମ ଆମ ହାଡ ମଜବୁତ କରିଥାଏ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *