ନାବାଳିକାକୁ ପ୍ରେମ କରୁଥିଲେ ବିବାହିତ ପୁରୁଷ, ଶେଷରେ….

ରାୟଗଡ଼ା : ଗୋଟେ ଘରୁ ମିଳିଛି ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ । ଜଣେ ବିବାହିତ ପୁରୁଷଙ୍କ ସହିତ ଜଣେ ନାବାଳିକାଙ୍କ ମୃତ ଦେହ ମିଳିଛି । ଆଉ ଏ ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ରାୟଗଡ଼ା ସହରର ଶୁଣ୍ଢି ସାହିରେ ଜଣେ ବିବାହିତ ପୁରୁଷ ଓ ଜଣେ ନାବାଳିକା ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ପୁରୁଷ ରାହୁଲ କୌଶଲ୍ୟା ଓ ନାବାଳିକା ଜଣକ ୧୫ ବର୍ଷ ବୟସର ବୋଲି ଜଣାପଡିଛି । ତେବେ ଆତ୍ମହତ୍ୟାର କାରଣ ଜଣାପଡିନାହିଁ । କାରଣ ଅସ୍ପଷ୍ଟ ରହିଥିବା ବେଳେ ପ୍ରେମ ଜନିତ ବ୍ୟାପାରରୁ ଉଭୟ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ସେପଟେ ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ, ନାବାଳିକା ଜଣକ ଆଜି ସକାଳୁ ଟ୍ୟୁସନ ଯିବା ପାଇଁ ଘରୁ ବାହାରି ଥିଲେ । ହେଲେ ସେ ଟ୍ୟୁସନ ଯାଇନଥିଲେ ବରଂ ସେ ରାହୁଲଙ୍କ ଘରକୁ ଆସିଥିଲେ । ଆଉ ରାହୁଲଙ୍କ ଘରେ ରହିବା ପରେ ଉଭୟ ଆତ୍ମହତ୍ୟା କରିଥିଲେ । ଏପଟେ ରାହୁଲଙ୍କ ଘରେ କେହି ନଥିବାରୁ ଘଟଣା ଜଣାପଡି ନଥିଲା । ତେବେ ନାବାଳିକାଙ୍କ ପରିବାର ଟ୍ୟୁସନ ଯାଇ ଖୋଜିବା ପରେ ରାହୁଲଙ୍କ ଘରକୁ ଆସିଥିଲେ । ସେଠାରେ ଉଭୟେ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ ସାହିଲୋକ । ପୋଲିସ ପହଞ୍ଚି ତଦନ୍ତ କରିବା ପରେ ଉଭୟଙ୍କ ଶବକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଛି । ସେଠାରେ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *