ଚାଷୀଙ୍କୁ ମିଳୁନି ବିହନ

ରାୟଗଡ : ଚଳିତ ମାସର ୧୮ ତାରିଖ ଯାଏଁ ଜିଲ୍ଲାରେ ଭଲ ବର୍ଷା ହୋଇଛି । ପାଣିପାଗର ରିପୋର୍ଟ ଅନୁଯାୟୀ ଜୁନ୍ ୧ ତାରିଖରୁ ୧୮ ତାରିଖ ମଧ୍ୟରେ ରାୟଗଡା ଜିଲ୍ଲାରେ ପ୍ରାୟ ୬୫୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ପ୍ରାକ୍ ମୌସୁମୀ ବର୍ଷା ଭଲରେ ହୋଇଥିବାରୁ ଚାଷ କାର୍ଯ୍ୟ ପାଇଁ ପରିବେଶ ପୂରା ଅନୁକୂଳ ରହିଛି । ତେବେ ପ୍ରାକ୍ ମୌସୁମୀର ବର୍ଷାରେ ଜିଲ୍ଲାର ଅନେକ କ୍ଷେତରେ ଚାଷୀମାନେ ଲଙ୍ଗଳ ବୁଲାଇଥିବା ବେଳେ ଏବେ ବିହନକୁ ନେଇ ଚାଷୀ ଚିନ୍ତାରେ ପଡିଯାଇଛନ୍ତି । ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଆଦିବାସୀ ଚାଷୀମାନଙ୍କୁ ଆବଶ୍ୟକ ପରିମାଣର ବିହନ ମିଳୁନଥିବା ଅଭିଯୋଗ ହୋଇଛି । ଲେମ୍ପସ୍ ଓ ପଞ୍ଜିକୃତ ବିହନ ବିକ୍ରେତା କେନ୍ଦ୍ର ମାନଙ୍କରେ ପର୍ଯ୍ୟାପ୍ତ ପରିମାଣର ବିହନ ମିଳୁନଥିବା ବେଳେ ଚାଷୀମାନେ ଖୁଚୁରା ଦୋକାନରୁ ଚଢା ଦରରେ ବିହନ କ୍ରୟ କରିବା ପାଇଁ ବାଧ୍ୟ ହେଉଛନ୍ତି । ଆଉ ଭାଗ ଚାଷ କରୁଥିବା ଚାଷୀଙ୍କ ଦୁଃଖ କହିଲେ ନସରେ । ଚାଷ ଆରମ୍ଭରୁ ବିହନକୁ ନେଇ ଚିନ୍ତାରେ ପଡିଥିବା ଚାଷୀ ଖରିଫ୍ କିପରି ଭଲ ଅମଳ କରିବାରିବ ତାକୁ ନେଇ ମନରେ ଅନେକ ଦ୍ୱନ୍ଦ ଉପୁଜିଛି । ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଧାନ ତୁଳନାରେ ଲୋକେ ଲାଭଦାୟକ ଅଣଧାନ ଚାଷ କରି ଜୀବିକା ନିର୍ବାହ କରୁଛନ୍ତି ।

ବିଶେଷ କରି କପା,ମାଣ୍ଡିଆ,ପନିପରିବା ସହ ଡାଲି ଜାତୀୟ ଫସଲରେ ମଧ୍ୟ ବେଶ୍ ଦୁଇ ପଇସା ରୋଜଗାର କରୁଛି ଜିଲ୍ଲାର ଚାଷୀ । ତେବେ ରାୟଗଡା ଜିଲ୍ଲାରେ ୧ ଲକ୍ଷ ୯୮ ହଜାର ହେକ୍ଟର ଚାଷ ଜମିରେ ଚାଷ ହେଉଥିବା ବେଳେ ଚଳିତ ବର୍ଷ ୪୭ ହଜାର ହେକ୍ଟର ଚାଷ ଜମିରେ ଧାନ ଚାଷ କରାଯିବାର ଲକ୍ଷ୍ୟ ରଖିଛି କୃଷି ବିଭାଗ । ସେହିପରି ୧ ଲକ୍ଷ ୪୨ ହଜାର ୪୯୩ ହେକ୍ଟର ଚାଷ ଜମି ବର୍ଷା ଜଳ ଉପରେ ନିର୍ଭର କରୁଥିବା ବେଳେ ମାତ୍ର ୫୫,୫୦୭ ହେକ୍ଟର ଚାଷ ଜମିରେ ଜଳସେଚନର ବ୍ୟବସ୍ଥା କରାଯାଇଛି । ତେବେ ରାଜ୍ୟ ବିହନ ନିଗମ ଚଳିତ ବର୍ଷ ଜିଲ୍ଲାକୁ ବିଭିନ୍ନ କିସମର ୧୨ ହଜାର କ୍ୱିଣ୍ଟାଲ ବିହନ ଯୋଗାଣ କରିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ବର୍ତ୍ତମାନ ପର୍ଯ୍ୟାନ୍ତ ରାୟଗଡା ଜିଲ୍ଲାକୁ ଆସିଛି ୮ ହଜାର କ୍ୱିଣ୍ଟାଲ ବିହନ । ତେବେ ଜିଲ୍ଲାକୁ ବିହନ ଆସିଥିବା ସତ୍ୱେ ଚାଷୀଙ୍କୁ ଉପଯୁକ୍ତ ସମୟରେ ବିହନ ମିଳୁନଥିବା ଅଭିଯୋଗ ହୋଇଛି ।

ରାଜ୍ୟ ବିହନ ନିଗମ ଯୋଗାଇ ଦେଉଥିବା ଲଲାଟ, ୧୦୧୦,୧୦୦୧,୧୧୫୩,୧୧୭୧, ଲଲାଟ, ଆରଜିଏଲ୍‌, ପୂଜା, ପ୍ରତୀକ୍ଷା ଓ ବୀଣା ବିହନ ଉନ୍ନତ କିସମର ହୋଇଥିଲେ ହେଁ ଗ୍ରାମାଞ୍ଚଳର ଚାଷୀମାନେ ବିହନ ନପାଇ ଖୁଚୁରା ବ୍ୟବସାୟୀଙ୍କ ଠାରୁ ଦୁଇ ନଂମ୍ବର ବିହନ କିଣି ନେଉଛନ୍ତି । ଜିଲ୍ଲାର ୧୩ ଟି ଲ୍ୟାମ୍ପସ୍ ଓ ୧୦୧ ଟି ପଞ୍ଜିକୃତ ବିହନ ବିକ୍ରେତାଙ୍କୁ ରାଜ୍ୟ ବିହନ ନିଗମ ବିହନ ପ୍ରଦାନ କରିଛି । ଏବଂ ୧୦ ବର୍ଷରୁ ଉର୍ଦ୍ଧ୍ୱ ବିହନକୁ ୨୦ କିଲୋ ପିଛା ୪୫୬ ଟଙ୍କା ଓ ୧୦ ବର୍ଷରୁ କମ୍ ଗଛିତ ଥିବା ବିହନକୁ ୨୦ କିଲୋଗ୍ରାମ ପ୍ରତି ୩୯୦ ଟଙ୍କାରେ ବିକ୍ରି କରିବା ପାଇଁ ଦର ଧାର୍ଯ୍ୟ କରାଯାଇଛି ।

କିନ୍ତୁ ଜିଲ୍ଲାର ଅନେକ ସ୍ଥାନରେ ବିହନ ବିକ୍ରେତା ମାନେ ଅଧିକ ଦରରେ ବିହନ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ପୋଡଶୀ ଆନ୍ଧ୍ରର ବ୍ୟବସାୟୀଙ୍କ ମାଧ୍ୟମରେ କିଛି ମୁନାଫାଖୋର ବେପାରୀ ଗାଁଗାଁକୁ ଯାଇ ବିହନ ଯୋଗେଇ ଦେଉଛନ୍ତି । ତେବେ ଏସବୁ ବ୍ୟତିକ୍ରମ ଉପରେ ପ୍ରଶାସନ ନଜର ରଖିବା ସହ ଚାଷୀଙ୍କୁ ସହାୟତା କରିବା ପାଇଁ ଆଗେଇ ଆସିବାକୁ ଅନେକ ଚାଷୀମତ ଦେଇଛନ୍ତି । ଅନ୍ୟପଟେ ଚାଷୀଯେପରି ପର୍ଯ୍ୟାପ୍ତ ପରିମାଣରେ ବିହନ ଓ ସାର ପାଇପାରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା କୃଷି ଅଧିକାରୀ ଦୁଃଶାସନ ପ୍ରହରାଜ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *