ରାସନକାର୍ଡ ହିତାଧିକାରୀ ପାଇବେ ୧ହଜାର ଟଙ୍କାର କୋଭିଡ ସହାୟତା

ଭୁବନେଶ୍ୱର: ରାସନ କାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ପଞ୍ଚାୟତ ନିର୍ବାଚନ ପୂର୍ବରୁ ମିଳିବ କୋଭିଡ ସହାୟତା । ଏଣିକି ପ୍ରତ୍ୟେକ ରାସନକାର୍ଡଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ହଜାରେ ଟଙ୍କା । ୩୦ ଜିଲ୍ଲାର ୩କୋଟି ୫୦ ଲକ୍ଷ କାର୍ଡଧାରୀ ଏହି ସୁବିଧା ପାଇବେ । ଉପକୃତ ହେବେ ରାଜ୍ୟର ୯୩ ପ୍ରତିଶତ ପରିବାର । ଏଥିପାଇଁ ୩୫୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଜରିଆରେ ଏହି ସହାୟତା ରାଶି ଯୋଗାଇ ଦିଆଯିବ ।

କୋଭିଡ ଯୋଗୁ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥିବା ବେଳେ ସରକାର ଏହି ସହାୟତା ଯୋଗାଇଛନ୍ତି । ତୁରନ୍ତ ସହାୟତା ରାଶି ଯୋଗାଇବାକୁ ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ସହାୟତା ରାଶି ପ୍ରଦାନ ଆରମ୍ଭ ହେବାର ସପ୍ତାହକରେ ବଣ୍ଟନ ସାରିବାକୁ ହୋଇଛି ନିର୍ଦ୍ଦେଶ । ଯୋଜନାର ସୁବିଧା ପାଇବାକୁ ହିତାଧିକାରୀଙ୍କୁ ରାସନ କାର୍ଡ ନଚେତ୍ ବିଏସକେୱାଇ ସ୍ମାର୍ଟ ହେଲ୍ଥ୍‌ କାର୍ଡ ଦେଖାଇବାକୁ ପଡ଼ିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *