ଭକ୍ତ ବିନା ଗଡ଼ିବ ରଥ

ପୁରୀ: ଦିନକ ପରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଭକ୍ତ ବିନା ଖାଁ ଖାଁ ରହିବ ବଡ଼ଦାଣ୍ଡ । କଟକଣାରେ ଗଡ଼ିବ ମହାବାହୁଙ୍କ ରଥ । ଶୃଙ୍ଖଳିତ ରଥଯାତ୍ରା ନେଇ ଆଜି ପୋଲିସ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଡିଜି ଆର କେ ଶର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବଡ଼ଦାଣ୍ଡକୁ ୩ଟି, ପୁରା ସହରକୁ ୧୨ଟି ଜୋନରେ ବିଭକ୍ତ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ପ୍ରାୟ ୬୫ପ୍ଲାଟୁନ ଫୋର୍ସ ମୁତୟନ ହେବେ । ସେହିପରି ରଥଯାତ୍ରା ସମୟରେ ୧୦ଜଣ ଅତିରିକ୍ତ ଏସପି, ୩୧ଡିଏସପି, ୬୪ ଇନିସପେକ୍ଟର, ୨୨୨ ASI ଓ SI ହେବେ ମୁତୟନ । ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ରାତି ୮ରୁ ୧୩ତାରିଖ ରାତି ୮ପର୍ଯ୍ୟନ୍ତ ପୁରୀ ସହରରେ କର୍ଫ୍ୟୁ ଜାରି କରାଯିବ । ସେପଟେ ଆଜି ଶ୍ରୀଜିଉଙ୍କ ଉଭାଯାତ୍ରା । ରଥଯାତ୍ରା ପୂର୍ବୁରୁ ଆଜି ସରିବ ରଥକନା ମଣ୍ଡଣି । ଅଣବସରର ୧୫ ଦିନ ଗୁପ୍ତନୀତି ପରେ ଗତକାଲି ନବଯୌବନ ବେଶରେ ଦର୍ଶନ ଦେଇଥିଲେ ମହାବାହୁ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *