ବିନା ଭକ୍ତରେ ପୁରୀରେ ହେବ ରଥଯାତ୍ରା : ଏସଆରସି

ଭୁବନେଶ୍ୱର: କୋଭିଡର ୨ୟ ଲହରୀ ଜାରି ରହିଥିବା ବେଳେ ଜୁଲାଇ ୧୨ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଆରସି । ରାଜ୍ୟରେ ଏବେ ସଂକ୍ରମଣ ହାର କମିଛି। ଏହାକୁ ଦୃଷ୍ଟିରେ ରଖି ପୁରୀରେ ଚଳିତ ଥର ରଥଯାତ୍ରା ଆୟୋଜିତ ହେବ । ହେଲେ ପୁରୀକୁ ଛାଡି ଅନ୍ୟ ମନ୍ଦିରରେ ହେବନି ରଥଯାତ୍ରା । ବର୍ତ୍ତମାନର ସ୍ଥିତି ତଥା ସର୍ବସାଧାରଣର ସୁରକ୍ଷାକୁ ଦୃଷ୍ଟିରେ ରଖି ଏବର୍ଷର ରଥଯାତ୍ରା ଗତ ବର୍ଷ ଭଳି କଟକଣାରେ ହେବ। ହେଲେ ବିନା ଭକ୍ତରେ ହେବ ରଥଯାତ୍ରା । ଏସଆରସିଙ୍କ ସୂଚନା ଅନୁଯାୟୀ, ପୁରୀକୁ ବାଦ ଦେଲେ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନି । ତେବେ ଅନ୍ୟ ସ୍ଥାନରେ ମନ୍ଦିର ପରିସରରେ  ନୀତିକାନ୍ତି କରାଯାଇପାରିବ। ଗତବର୍ଷ କରୋନା ସଂକ୍ରମଣ ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି  ପୁରୀ ଶ୍ରୀମନ୍ଦିର ବ୍ୟତୀତ ରାଜ୍ୟର ଅନ୍ୟ ମନ୍ଦିରରରେ ରଥଯାତ୍ରା ଲାଗି ବାରଣ କରାଯାଇଥିଲା ।

ଗତ ବର୍ଷ ସୁପ୍ରିମକୋର୍ଟ ମଧ୍ୟ କରୋନା କଟକଣା ମଧ୍ୟରେ ରଥଯାତ୍ରା କରିବା ଲାଗି ଅନୁମତି ଦେଇଥିଲେ । ଆଉ ସେସମୟରେ କେବଳ ସେବାୟତ ମାନେ ସମସ୍ତ ନୀତିକାନ୍ତି କରିଥିଲେ । ତେବେ ଯେଉଁ ସେବାୟତ ମାନେ ଚଳିତ ଥର ରଥଯାତ୍ରା ନୀତିକାନ୍ତିରେ ସାମିଲ ହେବ ସେମାନେ ଦୁଇ ଡୋଜ୍ କରୋନା ଟିକା ନେଇଥିବେ । ଏଥିସହିତ ତାଙ୍କ ପାଖରେ ଫାଇନାଲ୍ ଭ୍ୟାକ୍ସିନେସନ୍ ସାର୍ଟିଫିକେଟ୍ ଥିବ କିମ୍ବା ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟ ରହିଥିବ।  ଏବର୍ଷ ମଧ୍ୟ ରଥରେ ୫୦୦ରୁ ଅଧିକ ଲୋକ ରହିବେ ନାହିଁ । ଗତବର୍ଷ ଭଳି ଚଳି ଥର ମଧ୍ୟ ଯାତାୟାତ କଟକଣା ରହିବ ଏବଂ କର୍ଫ୍ୟୁ ବେଳେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ମିଳିବ । ତେବେ ଜରୁରୀ କାଳୀନ ପରିସ୍ଥିତିରେ ଯାତାୟାତ ଲାଗି ଜିଲ୍ଲା ପ୍ରଶାସନଙ୍କ ଠାରୁ ଅନୁମତି ନେବାକୁ ପଡିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *