ଜମିଜମା ବିବାଦରୁ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

କେନ୍ଦ୍ରାପଡା : ଜମିଜମା ବିବାଦ ଆଉ ମହିଳାଙ୍କ ସ୍ୱାମୀଙ୍କ ସହ ମାରପିଟ ରାଗରେ ଦୁଷ୍କର୍ମ କରାଯାଇଥିବା ନେଇ ମେରାଇନ ଥାନାରେ ଅଭିଯୋଗ ହୋଇଛି l ପୋଲିସ ସୂଚନା ମୁତାବକ, ପୂର୍ବରୁ ଜମିଜମାକୁ ନେଇ ସମ୍ପର୍କୀୟଙ୍କ ସହ ମହିଳାଙ୍କ ସ୍ୱାମୀଙ୍କ ମାରପିଟ କଳିଝଗଡା ହୋଇଥିଲା l ଏହି ରାଗରେ ଅଭିଯୁକ୍ତ ମହିଳା ଜଣକ ଏକୁଟିଆ ରାତିରେ ଘରେ ଶୋଇଥିବା ଅବସ୍ଥାରେ ସୁଯୋଗ ନେଇ ଅଭିଯୁକ୍ତ ଘରେ ପଶି ଭିତର ପଟୁ କବାଟ ବନ୍ଦ କରି ଦେଇଥିଲେ l ଅଭିଯୁକ୍ତ ପିନ୍ଧିଥିବା ଟାୱଲକୁ ମହିଳାଙ୍କ ମୁହଁରେ ବନ୍ଦ କରି ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ l ଏହାପରେ ଅଭିଯୁକ୍ତ ଫେରାର ହେଲାବେଳେ କାହାରିକି କିଛି କହିଲେ ତାଙ୍କ ସ୍ୱାମୀଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେl ଏନେଇ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ସବୁ କଥା କହିବା ପରେ ମେରାଇନ ଥାନାରେ ଅଭିଯୋଗ ହୋଇଥିଲା l ଏନେଇ ପୋଲିସ ଏକ ମାମଲା ୮୪/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଛି l

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *