ଗର୍ଭବତୀ ମହିଳାଙ୍କୁ ନର ରାକ୍ଷାସମାନେ…..

ପାଟନା: ଗର୍ଭବତୀ ମହିଳାଙ୍କୁ ପ୍ରଥମେ ଘରୂ ଉଠାଇ ନେଇ ଗଣଦୁଷ୍କର୍ମ କଲେ । ଏହାପରେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ନେଇ ରେଲୱେ ଟ୍ରାକରେ ଫିଙ୍ଗିଦେଲେ । ଏଭଳି ଏକ ଅମାନବୀୟ ଘଟଣା ଘଟିଛି ବିହାରର ପାଟନା ସହରରେ । ଏନେଇ ଅଭିଯୋଗ ହେବା ପରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଦୁଇଜଣ ହେଲେ ଅଙ୍କିତ୍ ଓ ବିଶାଲ । ସୂଚନା ଅନୁଯାୟୀ, ଶନିବାର ରାତିରେ ୨୪ ବର୍ଷୀୟା ମହିଳା ଘରୂ ବାହାରକୁ ଚାଲିବାକୁ ଆସିଥିଲେ । ଏହି ସମୟରେ ଦୁଇ ଜଣ ସ୍ଥାନୀୟ ଯୁବକ ତାଙ୍କ ସହିତ ଅସଦାଚରଣ କରିଥିଲେ । ଏହାପରେ ତାଙ୍କ ପାଟିକୁ ଘୋଡାଇ ପାଖରେ ଥିବା ଏକ ଖୋଲା ପଡ଼ିଆକୁ ନେଇଗଲେ । ଦୁଇ ଅଭିଯୁକ୍ତ ଆଉ ଜଣଙ୍କୁ ସେଠାକୁ ଡାକିଥିଲେ । ଆଉ ତିନି ଜଣ ମିଶି ଜଣକ ପରେ ଜଣେ ମହିଳାଙ୍କ ସହିତ ଦୁଷ୍କର୍ମ କରି ଚାଲିଲେ । ଦୁଷ୍କର୍ମ କରିବା ସହିତ ତାଙ୍କୁ ଶାରୀରିକ ନିର୍ଯାତନା ମଧ୍ୟ ଦେଇଥିବା ଜଣାପଡ଼ିଛି । ଏହାପରେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ପାଟନା ଜଙ୍ଗସନର ରେଳ ଧାରଣାରେ ଫିଙ୍ଗି ଦେଇଥିଲେ । ଯେତେବେଳେ ମହିଳାଙ୍କ ଚେତା ଫେରି ଆସିଥିଲା ସେ ଖୁବ୍ ଜୋରରେ ପାଟି କରିଥିଲେ । ତାଙ୍କ ପାଟି ଶୁଣି ରେଳବାଇର ଜଣେ କର୍ମଚାରୀ ମହିଳାଙ୍କ ପାଖକୁ ଯାଇଥିଲେ ଓ ପୀଡ଼ିତାଙ୍କୁ ନେଇ ମହିଳା ପୋଲିସ୍ ଷ୍ଟେସନକୁ ଯାଇଥିଲେ । ପୀଡ଼ିତାଙ୍କ ଡାକ୍ତରୀମାଇନା କରିବା ପରେ ତାଙ୍କ ବୟାନକୁ ପୋଲିସ ରେକର୍ଡ କରିଛି । ଆଜି ବୟାନ ରେକର୍ଡ କରିଛି ପୋଲିସ୍ । ତେବେ ଏହି ମାମଲାରେ ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ତୃତୀୟ ଅଭିଯୁକ୍ତକୁ ପୋଲିସ ଖୋଜୁଛି ଓ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *