ମା’କୁ ଆକ୍ସିଡେଣ୍ଟ କରାଇଦେବ କହି ଶିକ୍ଷକ ଛାତ୍ରୀ ସାଥିରେ…..

ଭୋପାଳ : ମଧ୍ୟ ପ୍ରଦେଶର ହୋଶଙ୍ଗାବାଦରେ ଏକ କୋଚିଂ ସେଣ୍ଟରର ଜଣେ ଶିକ୍ଷକ ନାବାଳିକା ଛାତ୍ରୀଙ୍କୁ ଦୀର୍ଘଦିନ ଧରି ଦୁଷ୍କର୍ମ କରି ଆସୁଥିବା ନେଇ ଅଭିଯୋଗ ହୋଇଛି । ଅଭିଯୁକ୍ତ ଶିକ୍ଷକ ଛାତ୍ରୀଙ୍କ ମା’ଙ୍କୁ ଆକ୍ସିଡେଣ୍ଟ କରେଇ ଦେବାକୁ ଧମକ ଦେଇ ମାସ ମାସ ଧରି ଛାତ୍ରୀଙ୍କୁ ଯୌନ ଶୋଷଣ କରି ଆସୁଥିଲେ । ଘଟଣାର ଖୁଲାସା ହେବା ପରେ ଅଭିଯୁକ୍ତଙ୍କ ବିରୋଧରେ ପକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି । ଏହି ମାମଲା ହୋଶଙ୍ଗାବାଦର ଏକ ବଡ଼ କୋଚିଂ ସେଣ୍ଟର କାଶିଭ୍‌ସାର ଏକାଡେମୀର । ଏହାର ସଞ୍ଚାଳକ ୟୁ.କେ. କାଶିଭଙ୍କ ବିରୋଧରେ ଏହି ଗୁରୁତର ଅଭିଯୋଗ ଆସିଛି । ଦୁଇଦିନ ତଳେ ଯେତେବେଳେ ଶିକ୍ଷକ ଛାତ୍ରୀଙ୍କୁ ଯୌନ ଶୋଷଣ କରିଥିଲେ ଛାତ୍ରୀଙ୍କୁ ଏହା ବରଦାସ୍ତ ହୋଇ ନ ଥିଲା । ସେ ଘରକୁ ଯାଇ ପୂରା ଘଟଣା ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ । ଏହାପରେ ଅଭିଯୋଗ ପାଇ ପୋଲିସ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରି ନେଇଥିଲା । ପୋଲିସ ଟିମ୍ ଗୁରୁବାର ଅଭିଯୁକ୍ତ ଶିକ୍ଷକଙ୍କ କୋଚିଂ ସେଣ୍ଟରରେ ପହଞ୍ଚିଥିଲେ ଏବଂ ସେଠାରେ ପଚରାଉଚରା ପରେ କୋଚିଂ ସେଣ୍ଟରକୁ ସିଲ୍ କରି ଦେଇଛି । ପୀଡ଼ିତା ଛାତ୍ରୀ ଏକାଦଶ ଶ୍ରେଣୀର ଛାତ୍ରୀ । ତାଙ୍କ ବାପାଙ୍କର ପୂର୍ବରୁ ଦେହାନ୍ତ ହୋଇଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *