ନର ରାକ୍ଷାସମାନେ ନାବାଳିକା ସହ ଯାହା କଲେ ଜାଣିଲେ ହୋସ୍ ଉଡ଼ିଯିବ…..

ମୁମ୍ବାଇ : ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ମାସେ ନୁହେଁ କି ଦୁଇମାସ ନୁହେଁ ଦୀର୍ଘ ୯ମାସ କାଳ ଗଣଦୁଷ୍କର୍ମ କରିଛନ୍ତି ୨୯ ଜଣ ଯୌନ ରାକ୍ଷସ । ଏଥିରେ ଦୁଇଜଣ ନାବାଳକ ମଧ୍ୟ ସାମିଲ ରହିଛନ୍ତି । ଏହିଭଳି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି ମହାରାଷ୍ଟ୍ରର ଥାନେ ଜିଲ୍ଳାରେ । ଅଭିଯୁକ୍ତମାନେ ରାକ୍ଷାସ ପାଲିଟି ଯାଇ ନାବାଳିକାଙ୍କୁ ୯ମାସ କାଳ ଗଣଦୁଷ୍କର୍ମ କରିଛନ୍ତି । ଏହି ଯୌନ ରାକ୍ଷସ ମାନେ ପୀଡ଼ିତାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ପାଇଁ ଅଶ୍ଳୀଳ ଭିଡିଓ କରି ତାଙ୍କୁ ବ୍ଲାକମେଲ୍ କରୁଥିଲେ । ଏହି ଘଟଣା ସେତେବେଳେ ସାମନାକୁ ଆସିଲା ଯେତେବେଳେ ନାବାଳିକା ଜଣକ ମଣ୍ଡପ ପୋଲିସ୍ ଷ୍ଟେସନରେ ବୁଧବାର ଏନେଇ ଅଭିଯୋଗ କରିଥିଲେ । ପୀଡ଼ିତାଙ୍କ ଅଭିଯୋଗ କରିଛନ୍ତି ଯେ, ଗତ ୯ ମାସ ହେଲା ତାଙ୍କୁ ୨୯ ଜଣ ବାରମ୍ବାର ଗଣଦୁଷ୍କର୍ମ କରିଛନ୍ତି । ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ଅନେକ ଥର ତାଙ୍କ ସହିତ ଦୁଷ୍କର୍ମ କରିଛନ୍ତି । ତେବେ ଏହି ମାମଲାରେ ପୋଲିସ କହିଛି ଯେ, ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ପେଶାଲ୍ ଡ୍ରାଇଭ୍ କରାଯାଇଥିଲା । ଏଯାବତ୍ ୨୩ ଜଣଙ୍କୁ ଗିରଫ କରାଯାଇଛି ଓ ଏଥିରେ ଦୁଇଜଣ ନାବାଳକ ବି ସାମିଲ ଥିବା ଜଣାପଡ଼ିଛି । ଏମାନେ ପାଡ଼ିତାଙ୍କ ସହିତ ବିଭିନ୍ନ ସ୍ଥାନରେ ଗଣଦୁଷ୍କର୍ମ କରିଛନ୍ତି । ତେବେ ଯେଉଁ ଭିଡିଓ ଜରିଆରେ ପୀଡ଼ିତାଙ୍କୁ ଅଭିଯୁକ୍ତ ମାନେ ବ୍ଲାକମେଲ କରୁଥିଲେ ତାହା ପୋଲିସ ହାତରେ ଲାଗିଛି । ସେହି ଭିଡିଓ ଜରିଆରେ ପୋଲିସ ଅଭିଯୁକ୍ତଙ୍କୁ ଖୋଜିବାକୁ ଉଦ୍ୟମ ଚଳାଇଛି । ୨୩ ଜଣ ଧରାପଡ଼ିଥିବା ବେଳେ ଅନ୍ୟମାନଙ୍କୁ ପୋଲିସ ଖୋଜୁଛି । ଦୁଷ୍କର୍ମ କରାଯାଇଥିବା ସ୍ଥାନ ଗୁଡ଼ିକରେ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି । ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *