ଭଉଣୀ ସହିତ ହୋଇଥିବା ଯୌନ ଶୋଷଣର ପ୍ରତିଶୋଧ ନେଲେ ଦୁଇଭାଇ

ଭୋପାଳ: ନାବାଳିକା ଭଉଣୀ ସହିତ ହୋଇଥିବା ଯୌନ ଶୋଷଣର ପ୍ରତିଶୋଧ ନେବାକୁ ଯାଇ ଅଭିଯୁକ୍ତର ଭଉଣୀ ସହିତ ଦୁଇ ଭାଇ ମିଶି ଗଣବଳାତ୍କାର କରିଛନ୍ତି । ଏଭଳି ଏକ ହୃଦୟ ବିଦାରକ ଘଟଣା ଆସିଛି ମଧ୍ୟପ୍ରଦେଶର ରୀବା ଜିଲ୍ଲାର ଗଡ ଥାନା ଅଞ୍ଚଳରୁ । ୭ ମାସ ତଳେ ହୋଇଥିବା ବଳାତ୍କାରର ପ୍ରତିଶୋଧ ଏବେ ନେଇଛନ୍ତି ଦୁଇ ଭାଇ । ସୂଚନା ଅନୁଯାୟୀ, ଜଣେ ନାବାଳିକାଙ୍କ ସହିତ ୭ ମାସ ତଳେ ଦୁଷ୍କର୍ମ ହୋଇଥିଲା । ଏବେ ଅଭିଯୁକ୍ତର ୧୬ ବର୍ଷୀୟ ଭଉଣୀଙ୍କ ସହିତ ଉକ୍ତ ନାବାଳିକାଙ୍କ ଦୁଇ ଜଣ ଭାଇ ଗଣଦୁଷ୍କର୍ମ କରିଛନ୍ତି । ଏହି ପରିପ୍ରେକ୍ଷୀରେ ୧୬ ବର୍ଷୀୟା ନାବାଳିକା ଜଣକ ଦୁଇ ଭାଇଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଅଭିଯୋଗରେ କହିଛନ୍ତି ଯେ, ଦୁଇ ଭାଇ ଜୋରଜବଦରଦସ୍ତି ଘରେ ପଶି ଦୁଷ୍କର୍ମ କଲେ ଓ ଜୀବନରୁ ମାରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ସେ ସମୟରେ ନାବାଳିକା ଜଣକ ଘରେ ଏକା ଥିଲେ । ଏହି ମାମଲାରେ ପୋଲିସ୍ ପକ୍ସୋ ଆକ୍ଟ ଅଧୀନରେ ବିଭିନ୍ନ ଧାରା ଅନୁସାରେ ମାମଲା ରୁଜୁ କରିଛି । ପ୍ରାଥମିକ ତଦନ୍ତ ଅନୁସାରେ, ପ୍ରତିଶୋଧ ନେବାକୁ ଯାଇ ଦୁଷ୍କର୍ମ କରିଥିବା ନେଇ ଦୁଇଭାଇଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ । ୭ ମାସ ତଳେ ହୋଇଥିବା ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଏବେ ଜେଲରେ ଅଛି । ତେବେ ପୋଲିସ ଦୁଇଭାଇଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି । କିନ୍ତୁ ଏପର୍ଯ୍ୟନ୍ତ ଅଭିଯୁକ୍ତ ମାନେ ଧରାପଡ଼ିନାହାନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *