ଦୁଇ ଭଉଣୀଙ୍କୁ ମାସେ କାଳ ନର ରାକ୍ଷାସମାନେ ଯାହା କଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ମୁମ୍ବାଇ: ମୁମ୍ବାଇରେ ପୁଣି ଏମିତି ଏକ ଘଟଣା ଘଟିଯାଇଛି ଯାହା ଆପଣଙ୍କ ଛାତି ଥରାଇଦେବ । ଦୀର୍ଘ ଗୋଟିଏ ମାସ ଧରି ନଭି ମୁମ୍ବାଇ ଅଞ୍ଚଳର ଦୁଇ ନାବାଳିକା ଭଉଣୀଙ୍କୁ ତାଙ୍କର ଜଣେ ବନ୍ଧୁ ଏବଂ ତା’ର କିଛି ସହଯୋଗୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ମୁମ୍ବାଇ ନଭି ଦିଘା ଅଞ୍ଚଳରେ ରହୁଥିବା ଦୁଇ ନାବାଳିକା ଭଉଣୀଙ୍କୁ ଅଭିନାଶ ନାମକ ଜଣେ ବନ୍ଧୁ ଚାକିରିର ପ୍ରଲୋଭନ ଦେଖାଇଥିଲା । ଏହାପରେ ସେପ୍େଟମ୍ବର ୩ ତାରିଖ ଦିନ ଚାକିରି ଦେବା ନା’ରେ ତାଙ୍କୁ ଜଲନା ଡକାଇଥିଲା । ଦୁଇ ଭଉଣୀ ପହଞ୍ଚିବା ପରେ ସେମାନଙ୍କୁ ଏକ ଭଡା ଘରେ ରଖି ସମ୍ପୃକ୍ତ ବନ୍ଧୁଙ୍କ ସମେତ ଚାରି ଜଣ ଯୁବକ ଦୀର୍ଘ ଏକ ମାସ ଧରି ତାଙ୍କ ସହ ଦୁଷ୍କର୍ମ କରିଥିଲେ । ହେଲେ ଭାଗ୍ୟବଶତଃ ଗତ ୧ ତାରିଖ ଦିନ ଦୁଇ ନାବାଳିକା ସେଠାରୁ ଖସି ପଳାଇ ଆସିବାରେ ସକ୍ଷମ ହୋଇଥିଲେ ଏବଂ ଔରଙ୍ଗାବାଦରେ ପହଞ୍ଚିଥିଲେ ।ଔରଙ୍ଗାବାଦ ପହଞ୍ଚିବା ପରେ ତାଙ୍କ ସହ ହୋଇଥିବା ପାଶବିକତା ସମ୍ପର୍କରେ ସେମାନେ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରିଥିଲା । ପୋଲିସର ରାତି ତମାମ ଅପରେସନ ପରେ ଘଟଣାର ମାଷ୍ଟର ମାଇଣ୍ଡ ସମେତ ତିନି ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ଅଭିନାଶ କାକାସାହେବ(୧୮) ତା’ର ଭାଇ ଶୁଭମ ଜଗଦାଣ୍ଡା, ଦୀପକ ରାଣା, ଗଣେଶ କାକାଡେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *