ଏଲୋପାଥି ବିରୋଧରେ ଭୁଲ ସୂଚନା ପଡ଼ିଲା ମହଙ୍ଗା, ହାଇକୋର୍ଟରୁ ଆସିଲା ସମନ

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ମହାମାରୀ କାଳରେ ଏଲୋପାଥି ଚିକିତ୍ସା ପଦ୍ଧତି ଓ ଔଷଧ ବିରୋଧରେ ଭୁଲ ସୂଚନା ପ୍ରଚାର କରିଥିବା ଅଭିଯୋଗରେ ଭାରତୀୟ ମେଡିକାଲ ଆସୋସିଏସନ ଏବଂ ଅନ୍ୟ ଡାକ୍ତର ସଂଘ ଦ୍ୱାରା ଆଗତ ମାମଲାକୁ ଭିତ୍ତି କରି ଦିଲ୍ଲୀ ହାଇକୋର୍ଟ ଆଜି ବାବା ରାମଦେବଙ୍କୁ ସମନ ଜାରି କରିଛନ୍ତି । ଆଗତ ମାମଲା ଅମୂଳକ ନୁହେଁ ବୋଲି କହି ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସି ହରି ଶଙ୍କର ରାମଦେବଙ୍କୁ ଆଜି ସମନ ଜାରିକରିବା ସହ ଏହି ମାମଲାରେ ନିଜର ପକ୍ଷ ଦାଖଲ କରିବାକୁ ଚାରି ସପ୍ତାହର ସମୟ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁଆରିକୁ ଧାର୍ଯ୍ୟ କରାଯାଇଛି । ଆଗତ ମାମଲାରେ ଡାକ୍ତରମାନେ ଅଭିଯୋଗ କରିଛନ୍ତି ଯେ ରାମଦେବ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି ଏବଂ ଏଲୋପାଥି ଚିକିତ୍ସା ପଦ୍ଧତିକୁ ଭୁଲ ଭାବରେ ଉପସ୍ଥାପନ କରୁଛନ୍ତି ।

ସୂଚନାଯୋଗ୍ୟ, ଯୋଗଗୁରୁ ବାବା ରାମଦେବ ଏକ ବିବାଦୀୟ ବୟାନ ଜାରି କରି କହିଥିଲେ ଯେ କୋଭିଡ୍‌-୧୯ ଦ୍ୱାରା ସଂକ୍ରମିତ ଅନେକ ଲୋକଙ୍କ ମୃତ୍ୟୁ ପାଇଁ ଏଲୋପାଥି ଦାୟୀ ଏବଂ ଏଲୋପାଥିକ୍ ଡାକ୍ତରମାନେ ରୋଗୀଙ୍କ ମୃତ୍ୟୁ ଘଟାଇଛନ୍ତି ବୋଲି ସେ କହିଥିଲେ । ଏଥିସହ ଏଲୋପାଥି ଚିକିତ୍ସାରେ ନୁହେଁ ବରଂ କେବଳ ଏକ ଇମ୍ୟୁନୋ-ବୁଷ୍ଟର ଦ୍ୱାରା ହିଁ କେବଳ ଏହାର ଚିକିତ୍ସା କରାଯାଇ ପାରିବ । କେବଳ ମାତ୍ର ଏଲୋପାଥିକ୍ ଚିକିତ୍ସା ନୁହେଁ ବରଂ କୋଭିଡ୍ ଟିକାଗୁଡ଼ିକର ସୁରକ୍ଷା ଏବଂ କାର୍ଯ୍ୟକାରିତା ବିଷୟରେ ମଧ୍ୟ ପ୍ରଶ୍ନ ଉଠାଇବା ସହ ଟିକାକୁ ନେଇ ସାଧାରଣ ଜନତାଙ୍କ ମନରେ ସନ୍ଦେହ ବୁଣିଥିଲେ । ଏହି ଆବେଦନରେ ଅଭିଯୋଗ କରାଯାଇଛି ଯେ ଭୁଲ ସୂଚନା ଅଭିଯାନ ରାମଦେବଙ୍କ ସଂସ୍ଥା ଦ୍ୱାରା ପ୍ରସ୍ତୁତ ଓ ବିକ୍ରି ହେଉଥିବା ଉତ୍ପାଦର ବିକ୍ରୟକୁ ଆଗକୁ ବଢାଇବା ପାଇଁ ଏକ ବିଜ୍ଞାପନ ଏବଂ ମାର୍କେଟିଂ ରଣନୀତି ବ୍ୟତୀତ ଆଉ କିଛି ନୁହେଁ, ଯେଉଁଥିରେ କୋରୋନିଲ ଅନ୍ତର୍ଭୁକ୍ତ । ଯାହାକୁ କୋଭିଡ୍‌-୧୯ ପାଇଁ ଏକ ବିକଳ୍ପ ଚିକିତ୍ସା ବୋଲି ଯୋଗଗୁରୁ ବାବା ରାମଦେବ ଦାବି କରୁଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *