ସିଲ୍ ହେଲା ଭୁବନେଶ୍ୱର ରାମ ମନ୍ଦିର ହଲ୍

ଭୁବନେଶ୍ୱର  : ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଥିବା ବେଳେ ଲୋକେ ସଚେତନତା ରକ୍ଷା କରୁନାହାନ୍ତି । ଯଦ୍ୱାରା ସଂକ୍ରମଣର ମାତ୍ରା କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି । ବର୍ତ୍ତମାନ ଏହା ପ୍ରଶାସନର ଚିନ୍ତାର କାରଣ ପାଲଟିଛି । ଏହି ସମୟରେ ରାଜ୍ୟ ସରକାର ଲୋକଙ୍କୁ ସଚେତନ ହେବାକୁ କହୁଛନ୍ତି । ହେଲେ କିଛି ବେପରୁଆ ଲୋକଙ୍କ ପାଇଁ ପ୍ରତିଦିନ ସଂକ୍ରମଣର ହାର ବଢ଼ିଚାଲିଛି । ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱର ରାମ ମନ୍ଦିର ଫଙ୍କସନ୍ ହଲ୍ କୁ କୋଭିଡ୍ ନିୟମ ଭାଙ୍ଗିଥିବାରୁ ସିଲ୍ କରିଦେଇଛି । ସୁଚନା ଅନୁସାରେ, ଆଜି ଭୁବନେଶ୍ୱର ରାମ ମନ୍ଦିର ଫଙ୍କସନ୍ ହଲ୍ ରେ ବିନା ଅନୁମତିରେ ଜନ୍ମଦିନ ପାଳନ କରାଯାଉଥିଲା । ଏହି ସମୟରେ ପୋଲିସ୍ ଚଢ଼ାଉ କରି ଫଙ୍କସନ୍ ହଲ୍ କୁ ସିଲ୍ କରିଦେଇଛନ୍ତି । ଏଥିସହିତ ଜୋରିମାନା ମଧ୍ୟ ଆଦାୟ କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *