ରାମଦେବ ବାବାଙ୍କୁ କରୋନା ସହ ତୁଳନା କଲେ ରାକ୍ଷୀ

ମୁମ୍ବାଇ: ବିଗ୍ ବସ-୧୪ ପ୍ରତିଯୋଗୀ ତଥା କଣ୍ଟ୍ରାଭର୍ସି କ୍ୱିନ୍ ଭାବେ ପରିଚିତ ରାକ୍ଷୀ ସାୱନ୍ତ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ସବୁବେଳେ କୌଣସି ନା କୌଣସି କଥାକୁ ନେଇ ସେ ବିବାଦରେ ରହିଥାନ୍ତି । ପ୍ରାୟ ସମୟରେ ମିଡିଆରେ ପ୍ରତିକ୍ରିୟା ଦେବାର ନଜର ଆସିଥାନ୍ତି । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥାଏ । ତେବେ ନିକଟରେ ରାକ୍ଷୀଙ୍କର ପୁଣି ଏକ ଭିଡିିଓ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ସେ ବାବା ରାମଦେବଙ୍କୁ କରୋନା ଭାଇରସ ସହ ତୁଳନା କରୁଥବାର ଦେଖାଯାଉଛନ୍ତି ।

ରାକ୍ଷୀ ଏହି ଭିଡିଓରେ କହୁଛନ୍ତି ଯେ କରୋନା ବିଲକୁଲ ବାବା ରାମଦେବଙ୍କ ଭଳି । କେବେ ଆସୁଛି ତ କେବେ ଲୁଚି ଯାଉଛି ଆଉ କେତେବେଳେ ବାହାରକୁ ବାହାରୁଛି । ତାଙ୍କର ଏହି ମନ୍ତବ୍ୟକୁ ଫ୍ୟାନମାନେ ଖବ୍ ପସନ୍ଦ କରିଛନ୍ତି । ପୂର୍ବରୁ ରାକ୍ଷୀଙ୍କର ଅନେକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ସେ ଲୋକଙ୍କୁ କରୋନା ପ୍ରତି ସତର୍କ ରହିବାକୁ କହୁଥିଲେ । ରାକ୍ଷୀ ‘ବିଗ ବସ-୧୪’ ରେ ପ୍ରତିଯୋଗୀ ଥିଲେ ଏବଂ ଟପ-୫ରେ ମଧ୍ୟ ପହଞ୍ଚିଥିଲେ । ସେ ‘ଇଣ୍ଡିଆନ ଆଇଡଲ-୧୨’ରେ ମଧ୍ୟ ନଜର ଆସିବାକୁ ଯାଉଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *