କ୍ରାଇମବ୍ରାଞ୍ଚର ବଡ ଖୁଲାସା : ୯ କୋଟିରେ ୧୧୯ଟି ପର୍ଣ୍ଣ ଭିଡିଓକୁ ବିକ୍ରି ପାଇଁ ଶିଳ୍ପାଙ୍କ ପତି ରାଜଙ୍କ ରହିଥିଲା ଯୋଜନା

ମୁମ୍ବାଇ: ୨ ମାସରୁ ଅଧିକ ସମୟ ଜେଲରେ କାଟିବା ପରେ ରାଜଙ୍କୁ ଗତକାଲି ଜାମିନ ମିଳିଛି । ଜେଲରୁ ବାହାରିଛନ୍ତି ଶିଳ୍ପାଙ୍କ ପତି ରାଜ । ଏହା ମଧ୍ୟରେ ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ ବଡ ଖୁଲାସା କରିଛି । ଯେଉଁଥିରେ କ୍ରାଇମବ୍ରାଞ୍ଚ କହିଛି କି, ରାଜ କୁନ୍ଦ୍ରାଙ୍କ ମୋବାଇଲ, ଲାପଟପ ଏବଂ ହାର୍ଡ ଡିସ୍କରୁ ୧୧୯ଟି ଅଶ୍ଳୀଳ ଭିଡିଓ ମିଳିଛି । ଏହି ଭିଡିଓକୁ ୯ କୋଟି ଟଙ୍କାରେ ବିକ୍ରି ହେବା ପାଇଁ ଯୋଜନା ପ୍ରସ୍ତୁତ ହୋଇସାରିଥିଲା । ଏହାସହିତ ରାଜକୁନ୍ଦ୍ରାଙ୍କ ସହଯୋଗୀ ପ୍ରଦୀପ ବକ୍ସୀଙ୍କ ବିରୋଧରେ ଲୁକଆଉଟ ସର୍କୁଲାର ମଧ୍ୟ ଜାରି କରାଯାଇଛି । ଅଶ୍ଳୀଳ ସିନେମା ମାମଲାରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଗତକାଲି ମିଳିଥିଲା ଜାମିନ ।

୫୦ ହଜାର ଟଙ୍କା ମୁଚାଲିକାରେ ମାଜିଷ୍ଟ୍ରେଟ କୋର୍ଟ ରାଜଙ୍କୁ ଜାମିନ ପ୍ରଦାନ କରିଥିଲେ । ଗତ ଗୁରୁବାର ମୁମ୍ବାଇ ପୋଲିସ କୁନ୍ଦ୍ରାଙ୍କ ବିରୋଧରେ ୧୪ଶହ ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାୟର କରିଥିଲା । ଯାହାକୁ ବିରୋଧ କରି ଶନିବାର ପୁଣିଥରେ ବେଲ୍ ପାଇଁ ଆବେଦନ କରିଥିଲେ ରାଜ କୁନ୍ଦ୍ରା । ସେ ଅଶ୍ଳୀଳ ସିନେମା ପ୍ରସ୍ତୁତ କରୁଥିବାର ପୋଲିସ ପାଖରେ ସେଭଳି କୌଣସି ଠୋସ୍ ପ୍ରମାଣ ନାହିଁ । ଏହାପରେ ସୋମବାର ମୁମ୍ବାଇ କୋର୍ଟ ରାଜ କୁନ୍ଦ୍ରାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ଏହାପରେ ବଲିଉଡର ଲୋକପ୍ରିୟ ଦମ୍ପତି ଶିଳ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରାଙ୍କ ଜୀବନ ପୂରା ଓଲଟ ପାଲଟ ହୋଇଯାଇଥିଲା । ତଦନ୍ତର ପରିସରକୁ ରାଜ କୁନ୍ଦ୍ରାଙ୍କ ସହ ଟଣା ହୋଇଥିଲେ ପତ୍ନୀ ଶିଳ୍ପା ସେଟ୍ଟୀ । ମାତ୍ର ତାଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ନଥିଲା ପୋଲିସକୁ । ଗଣମାଧ୍ୟମରେ ମଧ୍ୟ ଶିଳ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଖବର ଦେଖିବାକୁ ମିଳିଲା । ରାଜ ଗିରଫ ହେବା ପରେ ସବୁଠାରୁ ବେଶି ପ୍ରଭାବିତ ହୋଇଛନ୍ତି ଶିଳ୍ପା । ଏତେ ସବୁ ସମସ୍ୟା ପରେ ଶେଷରେ ରାଜ କୁନ୍ଦ୍ରାଙ୍କୁ ମିଳିଛି ଜାମିନ୍ । ତେବେ ଏହା ପରେ ଶିଳ୍ପା ଓ ରାଜଙ୍କ ବ୍ୟକ୍ତିଗତ ଜୀବନ ଆଗଭଳି ସ୍ୱାଭାବିକ ହେବ କି ନାହିଁ ତାହା କେବଳ ସମୟ ହିଁ କହିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *