ସେବା ଦଳ ପକ୍ଷରୁ ଆରମ୍ଭ ହେଲା ପୋଷ୍ଟ କାର୍ଡ ଅଭିଯାନ
ରାଜଗାଙ୍ଗପୁର : ରାଜଗାଙ୍ଗପୁର ସେବା ଦଳ ପକ୍ଷରୁ ସ୍ଥାନୀୟ ସୁମିତ୍ରା ପ୍ୟାଲେସ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସେବା ଦଳର ସଭାପତି ଅମରେଶ ଚନ୍ଦ୍ର ପଣ୍ଡା ସଭାପତିତ୍ୱ କରିଥିଲେ । ସେବା ଦଳ ୨୦୨୦ ମସିହା ମାର୍ଚ୍ଚ ମାସ ୩୧ ତାରିଖ ରୁ ଆରମ୍ଭ ହୋଇଥିଲା । ପ୍ରଥମ ଦିନରୁ ଏହି ଦଳ କର୍ମକର୍ତ୍ତା ମାନେ ମହାମାରୀ ସମୟରେ ଅସହାୟ ମାନ ଙ୍କୁ ସହାୟତା ଯୋଗାଇ ଦେଇଥିଲେ । ମହାମାରୀ ସମୟରେ ସମସ୍ତେ ଗୃହବନ୍ଦୀ ଥିବା ବେଳେ ସେବା ଦଳର କର୍ମକର୍ତ୍ତା ମାନେ ଘରକୁ ଘର ବୁଲି ମାସ୍କ ଓ ସାନିଟାଇଜର ବଣ୍ଟନ କରିବା ସହିତ ଜନସଚେତନତା ସୃଷ୍ଟି କରିଥିଲେ । ଖାଇବା କୁ ପାଉନଥିବା ଲୋକମାନଙ୍କୁ ଘରେ ଘରେ ରନ୍ଧା ଖାଦ୍ୟ ପହଞ୍ଚାଇଥିଲେ । ସହରର ଉନ୍ନତି କରଣ ପାଇଁ ଏହି ଦଳ ଚେଷ୍ଟିତ । ଆଜି ଏକ ସଭାରେ ସେବା ଦଳର ସମସ୍ତ କର୍ମକର୍ତ୍ତା ଏକତ୍ରିତ ହୋଇ ରାଜଗାଙ୍ଗପୁର ର ଉନ୍ନତି କରିବା ସହ ଅସହାୟ ମାନଙ୍କୁ ସାହାଯ୍ୟ କରିବା ପାଇଁ ଶପଥ ନେଇଥିଲେ ।
ରାଜଗାଙ୍ଗପୁରରେ ବହୁତ ଦିନରୁ ଅର୍ଦ୍ଧନିର୍ମିତ ହୋଇଥିବା ପଡିରହିଥିବା ଓଭର ବ୍ରିଜ, ୨୦୧୮ ମସିହାରୁ ହୋଇଥିବା ପିଇବା ପାଣି ପ୍ରକଳ୍ପ ,ସହରରକୁ ସବ ଡିଭିଜନ ମାନ୍ୟତା ଓ ରାଜଗାଙ୍ଗପୁର ରେଲୱେ ଷ୍ଟେସନ କୁ ଆଧୁନିକି କରଣ ସମ୍ପୂର୍ଣ୍ଣ କରିବା ପାଇଁ ସେବା ଦଳ ପକ୍ଷରୁ ଏକ ଲକ୍ଷ୍ୟ ଲେଖାଏଁ ପୋଷ୍ଟ କାର୍ଡ ମାଧ୍ୟମରେ ଚିଠି ଲେଖି ମୁଖ୍ୟମନ୍ତ୍ରୀ,୫ଟି ସଚିବ ଭି କେ ପାଣ୍ଡିଆନ,ଜିଲ୍ଲାପାଳ ଙ୍କୁ ଏହି ସବୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦୃଷ୍ଟି ଆକର୍ଷଣ କରିବେ ବୋଲି ଆଲୋଚନା ହୋଇଥିଲା । ଲୋକମାନେ ଅସୁବିଧାରେ ପଡିଲେ ସେବା ଦଳ ପକ୍ଷରୁ ୩ ଟି ଫୋନ ନମ୍ବର ଯୋଗାଇ ଦିଆଯାଇଛି । କଳକାରଖାନା ରେ ସ୍ଥାନୀୟ ନିଯୁକ୍ତି ପାଇଁ ସେବା ଦଳ ପକ୍ଷରୁ ଲଢେଇ ଜାରି ରହିବ । ସେବାଦଳର କର୍ମୀ ଦିଲୀପ କୁମାର ମିଶ୍ର ନିଶୁଳ୍କରେ ଭାବରେ ଆର୍ମି ,ବାୟୁସେନା ଓ ନେଭି ବିଭାଗରେ ଚାକିରୀ କରିବା ଆଗ୍ରହୀ ପିଲା ମାନଙ୍କୁ ମାର୍ଗଦର୍ଶନ ଦେବେ । ଏହି ବୈଠକରେ ସାଧାରଣ ସମ୍ପାଦକ କୁନ୍ଦନ ସିଂ,ଉପସଭାପତି ଜୟନ୍ତ ମହାନ୍ତି, ଅମ୍ବରୁଷ ବାର୍ଲା ଓ ଶତାଧିକ କର୍ମୀ ମାନେ ଯୋଗ ଦେଇ ସେବା ଦଳ ସହିତ ରାଜଗାଙ୍ଗପୁରର ସର୍ବାଙ୍ଗୀନ ଉନ୍ନତି ପାଇଁ ଶପଥ ନେଇଥିଲେ ।