ରାଜ୍ କୁନ୍ଦ୍ରାଙ୍କର ଜାମିନ୍ ଆବେଦନ ଅଗଷ୍ଟ ୧୦ରେ ହେବ ଶୁଣାଣି

ମୁମ୍ବାଇ: ପର୍ଣ୍ଣ ଭିଡିଓ ମାମଲାରେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ବ୍ୟବସାୟୀ ରାଜ୍ କୁନ୍ଦ୍ରା ଅଡ଼ୁଆରେ ଫଶିଛନ୍ତି । ତେବେ ଇତି ମଧ୍ୟରେ ରାଜ୍ କୁନ୍ଦ୍ରା ଏବଂ ରେୟାନ୍ ଥେରାପିଙ୍କ ଜାମିନ୍ ଆବେଦନ ମାମଲାର ଶୁଣାଣି ଅଗଷ୍ଟ ୧୦ ତାରିଖରେ କରାଯିବ । ଗୁରୁବାର ଦିନ ପୋଲିସକୁ ଦୁହିଁଙ୍କର ଜାମିନ୍ ଆବେଦନକୁ ନେଇ ନୋଟିସ୍ କରାଯାଇଛି । ସୂଚନାଯୋଗ୍ୟ, ରେୟାନ୍ ଓ ରାଜ୍ କୁନ୍ଦ୍ରା ମାଜିଷ୍ଟ୍ରେଟ୍ କୋର୍ଟକୁ ଚ୍ୟାଲେଞ୍ଚ କରିଛନ୍ତି । ଯେଉଁଥିରେ ସେମାନଙ୍କ ଜାମିନ୍ ଆବେଦନକୁ ଖାରଜ କରିଦିଆଯାଇଥିଲା । ବର୍ତ୍ତମାନ ପର୍ଣ୍ଣୋଗ୍ରାଫୀ ମାମଲାରେ ୧୪ ଦିନର ପୋଲିସ୍ ହେପାଜତରେ ଜେଲ୍ ରେ ରହିଛନ୍ତି ରାଜ୍ କୁନ୍ଦ୍ରା । ଅଶ୍ଲୀଳ ଫିଲ୍ମ ତିଆରି କରିବା ଏବଂ ତାକୁ ବିଭିନ୍ନ ଆପ୍ ରେ ଅପଲୋଡ୍ କରିବା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ସେ ଏବେ ଜେଲ୍ ରେ ରହିଛନ୍ତି । ତେବେ ତାଙ୍କ ଗିରଫଦାରୀ ମାମଲାରେ ନୂତନ ତଥ୍ୟ ସାମନାକୁ ଆସିଛି । ପୋଲିସ୍ କୁ ଦୁଇଟି ଆପ୍ ରୁ ୫୧ଟି ପର୍ଣ୍ଣ ଫିଲ୍ମ ମିଳିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *