ପର୍ଣ୍ଣୋଗ୍ରାଫୀ ମାମଲାରେ ନୀରବତା ଭାଙ୍ଗିଲେ ରାଜ କୁନ୍ଦ୍ରା, ବୟାନ ଜାରି କରି କହିଲେ ଏପରି….

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଜେଲରୁ ବାହାରିବା ପରେ ପ୍ରଥମ ଥର ପାଇଁ ନିଜ ବୟାନ ଜାରି କରିଛନ୍ତି । ସେ ନିଜ ବୟାନରେ ଅନେକ କିଛି କହିଛନ୍ତି, ଯେଉଁଥିରୁ ଜଣାପଡୁଛି କି ଗଣମାଧ୍ୟମରେ ପ୍ରସାରିତ ଖବର ଦ୍ୱାରା ସେ ବିଚଳିତ ହୋଇଛନ୍ତି । ରାଜ୍ ପ୍ରଥମଥର ପର୍ଣ୍ଣୋଗ୍ରାଫୀ ମାମଲାରେ ନିଜର ଅଫିସିଆଲ ବୟାନ୍ ଜାରି କରିଛନ୍ତି । ଜାମିନରେ ମୁକୁଳିବା ପରେ ଏହି ମାମଲାରେ ହସ୍ତକ୍ଷେପ ନକରିବାକୁ ଓ ତାଙ୍କୁ ପ୍ରାଇଭେସୀର ସମ୍ମାନ କରିବାକୁ ରାଜ ମିଡିଆକୁ ନିବେଦନ କରିଛନ୍ତି । ରାଜ କୁନ୍ଦ୍ରା ନିଜ ବୟାନରେ କହିଛନ୍ତି ଯେ, ‘ଅନେକ ପ୍ରସଙ୍ଗରେ ମୋ ନିରବତାକୁ ଦୁର୍ବଳତା ବିବେଚନା କରାଯାଉଛି ବୋଲି ମୁଁ ଅନୁଭବ କଲି । ମୁଁ ଜୀବନରେ କେବେ ବି ‘ପର୍ଣ୍ଣୋଗ୍ରାଫୀର ପ୍ରଡକ୍ସନ ଓ ଏହାର ଡିଷ୍ଟ୍ରିବ୍ୟୁସନରେ ସାମିଲ ହୋଇନାହିଁ । ପୁରା ଏପିସୋଡ କେବଳ ୱିଚ୍ ହଣ୍ଟ ଛଡ଼ା ଆଉ କିଛି ନୁହେଁ । ଏହି ମାମଲା ବିଚାରଧୀନ ଥିବାରୁ ମୁଁ ସ୍ପଷ୍ଟ କହିପାରିବି ନାହିଁ । କିନ୍ତୁ ନ୍ୟାୟପାଳିକା ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି, ଯେଉଁଠାରେ ସତ୍ୟର ବିଜୟ ହେବ ।’ କିନ୍ତୁ ମୋର ପରିବାର ଦ୍ୱାରା ପ୍ରଥମରୁ ମୋତେ ଦୋଷୀ ଘୋଷଣା କରାଯାଇଛି । ବିଭିନ୍ନ ସ୍ତରରେ ମାନବିକ ଏବଂ ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ପାଇଁ ମୁଁ ଲଗାତାର ଯନ୍ତ୍ରଣା ଅନୁଭବ କରୁଛି । ଟ୍ରୋଲିଂ, ନକାରାତ୍ମକତା ଓ ଲୋକଙ୍କ ଘୃଣା ବଢ଼ିବାରେ ଲାଗିଛି । ମୁଁ ଲାଜରେ ମୁହଁ ଲୁଚାଏନି, କିନ୍ତୁ ଚାହୁଁଛି ମିଡିଆ ଟ୍ରାଏଲ ସହ ମୋ ଗୋପନୀୟତାରେ କୌଣସି ଦଖଲ ନହେଉ । ମୋର ପ୍ରାଥମିକତା ସର୍ବଦା ମୋ ପରିବାର ରହିଛି, ଏହି ସମୟରେ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି ଓ ମୁଁ ମଧ୍ୟ ଏହା ଅନୁରୋଧ କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *