ଛେଚିଲା ବର୍ଷା, ବୁଡ଼ିଲା ଭୁବନେଶ୍ୱର…

ଭୁବନେଶ୍ୱର: ରାଜଧାନୀରେ ପ୍ରଚୁର ବର୍ଷା  । ବର୍ଷାରେ ବେହାଲ ରାଜଧାନୀବାସୀ  । କେଉଁଠି କାର ଭାସିଲାଣି ତ ଆଉ କେଉଁଠି ଡଙ୍ଗା ଚାଲିବା ସ୍ଥିତି ହେଲାଣି  । ଅର୍ଥାତ ସାଙ୍ଘାତିକ ବର୍ଷାରେ ସଂଜ୍ଞାହୀନ ରାଡଜଧାନୀ ଭୁବନେଶ୍ୱର  । ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା ସ୍ଥିତି  । ଏମିତିକି ରାସ୍ତା ଉପରେ ୬ ଫୁଟ ଉଚ୍ଚର ପାଣି ଚାଲୁଥିବା ଦେଖିବାକୁ ମିଲିଛି  । ଅପରାହ୍ନରେ ଭୁବନେଶ୍ୱରରେ  ବର୍ଷା  ରଚିଛି ବିତ୍ପାତ  । ଚତୁପାର୍ଶ୍ୱ ଜଳମଗ୍ନ କରିଦେଇଛି ଏଭଳି ଅଦିନିଆ ବର୍ଷା । ସେପଟେ ରାଜଧାନୀର ଅନେକ ଅଞ୍ଚଳ ଏହି ବର୍ଷାରେ ଜଳମଗ୍ନ ହୋଇଛି  । ଯାନବାହନ ରାସ୍ତାରେ ଯିବା ସମ୍ଭବପର ହେଉନାହିଁ  । ଅନେକ ସ୍ଥାନରେ ଗାଡ଼ି ମୋଟର ପାଣି ଭିତରେ ଫସି ରହିଥିବା ମଧ୍ୟ ଦେଖିବାକୁ ମିଳିଛି  ।  ପାଖାପାଖି ଦୁଇ ଘଣ୍ଟା ଧରି ରାଜଧାନୀରେ ବର୍ଷା ରଚିଛି ସାଙ୍ଘାତିକ ସ୍ଥିତି । ଫଳରେ ଏବେ ରାଜଧାନୀରେ କେବଳ ପାଣି ଆଉ ପାଣି  ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *