ଦୁଇ ଦିନରେ ୫୫୦ ମିଲି ବର୍ଷିଲା, ସହର ଭାସିଲା

ଖୋର୍ଦ୍ଧା: ବଙ୍ଗୋପସାଗରରେ ଲଘୁଚାପ କାରଣରୁ ଖୋର୍ଦ୍ଧା ଜିଲ୍ଲାରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ହୋଇଛି । ବର୍ଷାରେ ଖୋର୍ଦ୍ଧା ସହରର ଓ ଆଖପାଖ ଅଂଚଳର ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଧାନ ବିଲରେ ଫଳନ୍ତି ଧାନଗଛ ବର୍ଷାରେ ଲେଉଟିବା ଆରମ୍ଭ କରିଛି । ଫଳରେ ଧାନ ଫସଲ ପଚିବା ଚିନ୍ତାରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି ।

ପାଣିପାଗ ବିଭାଗର ସୂଚନାନୁସାରେ, ଗତକାଲି ବୋଲଗଡ଼, ବେଗୁନିଆ, ଟାଙ୍ଗୀ, ଖୋର୍ଦ୍ଧା ଓ ଭୁବନେଶ୍ୱର ଆଦି ବ୍ଲକରେ ୨୩ ମିଲିମିଟର ବର୍ଷା ହୋଇଥିଲା । ଆଜି ରେକର୍ଡ ପରିମାଣ ୫୪୬ ମିଲିମିଟର ବର୍ଷା ହୋଇଛି । ବାଣପୁରରେ ସର୍ବାଧିକ ୧୦୭ ମିମି ବର୍ଷା ହୋଇଥିବା ବେଳେ ବାଲିପାଟଣାରେ ୫.୨୦ ମିମି ବର୍ଷା ହୋଇଛି । ବାଲିଅନ୍ତାରେ ୬୧ ମିମି, ଭୁବନେଶ୍ୱରରେ ୫୭ମିମି, ଜଟଣୀରେ ୧୫ ମିମି, ବେଗୁନିଆରେ ୪୫.୫୦ ମିମି, ବୋଲଗଡ଼ରେ ୬୬ ମିମି, ଚିଲିକାରେ ୧୦୨ ମିମି, ଖୋର୍ଦ୍ଧାରେ ୧୫ ମିମି, ଟାଙ୍ଗୀରେ ୭୧.୪୦ ମିମି ବର୍ଷା ହୋଇଛି । ଗତକାଲି ସକାଳ ୧୦ଟାରୁ ଝିପି ଝିପି ବର୍ଷା ଆରମ୍ଭ ହୋଇଥିଲା ।

ରାତି ୮ଟା ବେଳକୁ ବର୍ଷା ଟିକିଏ ଥିମି ଥିବା ବେଳେ ଆଜି ପୁଣି ସକାଳ ୧୧ଟାରୁ ବର୍ଷା ଆରମ୍ଭ ହୋଇଥିଲା । ଗତକାଲି ତୁଳନାରେ ଆଜି ଅଧିକ ପରିମାଣରେ ବର୍ଷା ହୋଇଛି । ବର୍ଷାରେ ସହରର ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ସହରର ଅବ୍ୟବସ୍ଥିତ ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥା ଯୋଗୁଁ ସହରର ପ୍ରମୁଖ ରାସ୍ତା ଘାଟ, ଗଳିକନ୍ଦିରେ ପାଣି ଜମି ରହିଥିଲା । ତେବେ ଗତ ଦୁଇ ଦିନ ଧରି ପାଗ ମେଘୁଆ ସାଙ୍ଗକୁ ଲଗାଣ ବର୍ଷାା ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ବର୍ଷା ଯୋଗୁଁ ଧାନ ଧରିଥିବା ଗଛଗୁଡ଼ିକ ଭାରି ହୋଇ ପାଣିରେ ଲେଉଟି ଯାଇଛି । ସେହିଭଳି ଯେୁଁ ଚାଷୀ ଧାନ କାଟି ବିଲରେ ରଖିଥିଲେ ସେହି ଧାନଗୁଡ଼ିକ ଗଜା ଧରିବା ଆବସ୍ଥାକୁ ଆସିଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *