ପୁଣି ଆସୁଛି ବଡ଼ ବର୍ଷା!

ଭୁବନେଶ୍ୱର : ନିକଟରେ ସୃଷ୍ଟି ସଦୃଶ ଲଘୁଚାପ ରାଜ୍ୟରେ ପ୍ରଥମ ବନ୍ୟା ସୃଷ୍ଟି କରିଛି । ତଳମୁଣ୍ଡ ଓ ଉପରମୁଣ୍ଡରେ ୪୮ ଘଣ୍ଟାରେ ଲଗାଣ ବର୍ଷା ହେବା ଫଳରେ ହୀରାକୂଦ ଜଳଭଣ୍ଡାରର ଜଳସ୍ତର ବିପଦ ସଙ୍କେତ ନିକଟରେ ରହିଛି । ବୁଧବାର ସନ୍ଧ୍ୟା ୯ଟା ସୁଦ୍ଧା ଜଳଭଣ୍ଡାରରେ ୬୨୯.୮୫ ଫୁଟର ପାଣିଥିବାବେଳେ ୬ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ସେକେଣ୍ଡ ପିଛା ୧,୩୬,୯୯୧ କ୍ୟୁସେକ୍ ଜଳ ପ୍ରବଶେ କରୁଥିବାବେଳେ ୧,୨୮,୫୧୨ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ବଡ଼କଥା ହେଲା, ଏଯାବତ୍ ରାଜ୍ୟର ତଳି ଅଞ୍ଚଳରୁ ପାଣି ଖସି ନଥିବାବେଳେ ପୁଣି ରାଜ୍ୟକୁ ବଡ଼ ବର୍ଷା ନେଇ ପୂର୍ବାନୁମାନ ପ୍ରକାଶ ପାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଆସନ୍ତା ୨୫ ତାରିଖରେ ପୂର୍ବ କେନ୍ଦ୍ରିୟ ସଂଲଗ୍ନ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଯାହାର ପ୍ରଭାବରେ ରାଜ୍ୟରେ ୨୬ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ପାଇବ । ଏହା ସହ ଗାଙ୍ଗେୟ ପଶ୍ଚିମବଙ୍ଗରେ ସୃଷ୍ଟି ଲଘୁଚାପ ଓ ରାଜ୍ୟରେ ମୌସୁମୀ ସକ୍ରିୟ ରହିବା ଯୋଗୁଁ ବର୍ତ୍ତମାନ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ । ପାଣିପାଗ ସ୍ଥିତି ଅନୁଯାୟୀ ଗାଙ୍ଗେୟ ଉପତ୍ୟାକରେ ସୃଷ୍ଟି ହୋଇଥିବା ଲଘୁଚାପର ବିଶେଷ ପ୍ରଭାବ ବୁଧବାର ଝାଡଖଣ୍ଡର ଦକ୍ଷିଣ ପୂର୍ବ ଅଞ୍ଚଳରେ ଦେଖିବାକୁ ମିଳିଛି । ୨୫ ତାରିଖ ଉପରବେଳାଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି । ଯଦି ପାଣିପାଗ ଅନୁକୂଳ ହୁଏ ତେବେ ଉକ୍ତ ଲଘୁଚାପଟି ଏକ ସଦୃଶ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । ଯଦି ପାଗ ପ୍ରତିକୂଳ ରୁହେ, ତେବେ ଉକ୍ତ ଲଘୁଚାପଟି ଓଡ଼ିଶା ଉପକୂଳ ନିକଯରେ ପହଞ୍ଚିବା ପରେ ଗଭୀର ଅବପାତ ମଧ୍ୟ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ପାଣିପାଗ କେନ୍ଦ୍ରର ଚେତାବନୀ ପରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି । ବର୍ଷା ପ୍ରତି ଧ୍ୟାନ ଦେବା ସହ ପ୍ରତ୍ୟେକ ଦିନର ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *