ଆରପାରିରେ ବିଶିଷ୍ଟ ଚଳଚିତ୍ର ସମ୍ପାଦକ ରବି ପଟ୍ଟନାୟକ

ଭୁବନେଶ୍ୱର : ବଲିଓଡ଼ର ଏବଂ ଓଲିଓଡ଼ ଚଳଚିତ୍ର ଜଗତର ଆଗଧାଡିର ସମ୍ପାଦକ ରବି ପଟ୍ଟନାୟକ ଆଉ ଇହ ଜଗତରେ ନାହାନ୍ତି । ୭୩ ବର୍ଷ ବୟସରେ ତାଙ୍କର କଟକ ଠାରେ ଦେହାନ୍ତ ହୋଇଛି । ଓଡ଼ିଆ ଚଳଚିତ୍ରକୁ ଅସାମାନ୍ୟ ଅବଦାନ ସ୍ୱରୂପ ୨୦୧୭ରେ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ଚଳଚିତ୍ର ସମ୍ମାନ ଜୟଦେବ ପୁରସ୍କାର ପାଇଥିଲେ । ସେ ବହୁ ହିନ୍ଦୀ ଚଳଚିତ୍ର ସମ୍ପାଦନା କରି ଖୁବ ସୁନାମ ଅର୍ଜନ କରିଥିଲେ । ଏଥିପାଇଁ ସ୍ୱର୍ଗତ ପଟ୍ଟନାୟକ ମଧ୍ୟ ଜାତୀୟ ପୁରସ୍କାର ପାଇଥିଲେ । ଅନେକ ଲୋକପ୍ରିୟ ଓଡ଼ିଆ ଚଳଚିତ୍ର ସେ ସମ୍ପାଦନା କରିଥିଲେ । ତାଙ୍କ ସମ୍ପାଦିତ ଉଲ୍ଲେଖନୀୟ ଚଳଚିତ୍ର ଗୁଡିକ ହେଉଛି -ଅଭିମାନ, ଦଣ୍ଡାବାଳୁଙ୍ଗା, ଆରତୀ, ସବୁ ମାୟାରେ ବାୟା,ବଧୂ ନିରୂପମା, ସ୍କୁଲ ମାଷ୍ଟର, କନ୍ୟାଦାନ, ଚିନି, ତ୍ରିସନ୍ଧ୍ୟା, ମଝି ପାହାଚ , ଅନ୍ଧ ଦିଗନ୍ତ ଓ ଆହୁରି ଅନେକ । ସ୍ୱର୍ଗତ ପଟ୍ଟନାୟକଙ୍କ ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ ତାଙ୍କ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରିଥିଲେ । ତାଙ୍କର ଅମର ଆତ୍ମା ସଦଗତି ହେଉ ବୋଲି ସମସ୍ତେ ପ୍ରାର୍ଥନା କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *