କ୍ୱାରେଣ୍ଟାଇନ୍‌ ଶେଷ, କଲମ୍ବୋରେ ଆଭ୍ୟାସ କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତରେ ଥିବା ଟିମ୍ ଇଣ୍ଡିଆ କଲମ୍ବୋରେ ଆଜିଠାରୁ ଆଭ୍ୟାସ ଆରମ୍ଭ କରିଛି । କ୍ୱାରେଣ୍ଟାଇନ୍ ସମୟ ଶେଷ ହେବା ପରେ ପ୍ରଥମ ଥର ପାଇଁ ଅଭ୍ୟାସ କରିଛନ୍ତି ଶିଖର ଧଓ୍ୱନ ନେତୃତ୍ୱାଧୀନ ଭାରତୀୟ ଦଳ । ଓ୍ୱାନ୍‌ଡେ ଓ ଟି-ଟ୍ୱେଣ୍ଟି ସିରିଜ୍ ଖେଳିବା ପାଇଁ ଶ୍ରୀଲଙ୍କା ଯାଇଛି ଟିମ୍ ଇଣ୍ଡିଆ । ଗତ ୨୯ ତାରିଖରେ କଲମ୍ବୋରେ ପହଞ୍ଚିବା ପରେ ୩ ଦିନିଆ ହାର୍ଡ କ୍ୱାରେଣ୍ଟାଇନ୍‌ରେ ରହିଥିଲା ଦଳ । କ୍ୱାରେଣ୍ଟାଇନ୍ ପିରିୟଡ ସରିବା ପରେ ଦଳ ଆଜିଠାରୁ ଅଭ୍ୟାସ ଆରମ୍ଭ କରିଛି । ଆସନ୍ତା ୧୩ ତାରିଖରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆରମ୍ଭ ହେବ । ସେହିପରି ଆସନ୍ତା ୨୧, ୨୩ ଓ ୨୫ ତାରିଖରେ ଦୁଇ ଦେଶ ମଧ୍ୟରେ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳାଯିବ । ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଟେଷ୍ଟ ସିରିଜ୍ ଖେଳିବା ପାଇଁ ଇଂଲଣ୍ଡରେ ଥିବା ବେଳେ ବିସିସିଆଇ ଧାଓ୍ୱନଙ୍କ ନେତୃତ୍ୱରେ ଆଉ ଏକ ଟିମ୍‌କୁ ଶ୍ରୀଲଙ୍କା ପଠାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *