କେବଳ ସେବାୟତ ଛୁଇଁବେ ରଥ ଓ ରଥ ଡଉଡ଼ି
ପୁରୀ: ଚଳିତବର୍ଷର ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର ଦେଲେ ବିସ୍ତୃତ ସୂଚନା । ଛତିଶା ନିଯୋଗ ବୈଠକରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଦେଲେ ସୂଚନା । ଶ୍ରୀମନ୍ଦିର ପ୍ରଶାସକଙ୍କ ସୂଚନା ଅନୁଯାୟୀ ଗତବର୍ଷ ଭଳି ଏବର୍ଷ ମଧ୍ୟ ସେବାୟତ ଟାଣିବେ ରଥ । ଦକ୍ଷିଣ ମୋଡ ପାଇଁ ନିୟୋଜିତ ହେବେ ପୋଲିସ ବାହିନୀ । ରଥଯାତ୍ରା ପୂର୍ବରୁ ପ୍ରଶାସନିକ କର୍ମଚାରୀ ଓ ସେବାୟତଙ୍କ କୋଭିଡ ଟେଷ୍ଟ କରାଯିବ । ଏବଂ ରଥଯାତ୍ରା ସମୟରେ ପ୍ରଶାସନ ପକ୍ଷରୁ ସାନିଟାଇଜର ଓ ଗାମୁଛା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର । ସେହିପରି ଚଳିତ ବର୍ଷ ରଥଯାତ୍ରାରେ ସେବାୟତଙ୍କ ବ୍ୟତୀତ ଅନ୍ୟ କେହି ରଥ କିମ୍ବା ରଥ ଡଉଡ଼ି ଛୁଇଁ ପାରିବେ ନାହିଁ । ବଡଦାଣ୍ଡ ଓ ସିଂହଦ୍ବାରରେ ସେବାୟତଙ୍କ ପାଇଁ ବିଶ୍ରାମ ବ୍ୟବସ୍ଥା କରାଯିବ । ଏବଂ ରଥରେ ନିୟୋଜିତ ସେବାୟତଙ୍କ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ବ୍ୟବସ୍ଥା କରାଯି । ଏବଂ ରଥ ଉପରେ କମ୍ ସଂଖ୍ୟକ ସେବାୟତଙ୍କୁ ନିୟୋଜିତ କରାଯିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର ।