୮ ଜଣ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ

ପୁରୀ :(ବସନ୍ତ ଦାସ) : ବାତ୍ୟା ୟାସ୍ ଲାଗି ସରକାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିବା ସହିତ ହେଡ କ୍ୱାଟର୍‌ରେ ରହିବା ଲାଗି କଡା ନିର୍ଦ୍ଦେଶ ଦେଇଥିବା ବେଳେ ତାହାକୁ ଅବମାନନା କରି ଆଜି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକରେ ୮ ଜଣ କର୍ମଚାରୀ ବିନା ଦରଖାସ୍ତରେ ଅନୁପସ୍ଥିତ ଥିବାର ଜଣାପଡ଼ିଛି । ଅପରାହ୍ନ ୫’୩୦ ମିନିଟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚି ବିଡିଓ ମନୋଜ ବେହେରାଙ୍କସହିତ ବାତ୍ୟା ସଂପର୍କରେ ଆଲୋଚନା କରିବାକୁ ପହଞ୍ଚିବା ବେଳେ ବ୍ଲକରେ କର୍ମଚାରୀ କମଥିବା ଦେଖି ଆଟାନାନ୍ସ ରେଜିଷ୍ଟର ମଗାଇ ଦେଖିଥିଲେ । ଖାତାରେ ୮ଜଣ ଅନୁପସ୍ଥିତ ଥିବା ଜାଣି ସେମାନଙ୍କର ଦରମା ବନ୍ଦ କରିବା ସହିତ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ମନ୍ତ୍ରୀ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଏପରି ଘଟଣା ନେଇ ବ୍ଲକ୍ କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *