ପିପିଲି ଉପ-ନିର୍ବାଚନ : ପ୍ରଶାସନିକ ସ୍ତରରେ ନୋଡାଲ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ

ପୁରୀ : ପିପିଲି ଉପ-ନିର୍ବାଚନରେ ସଫଳ ପରିଚାଳନା ନିମନ୍ତେ ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ ମାନଙ୍କ ବୈଠକ ଜିଲ୍ଲାପାଳଙ୍କ କର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଏଥିରେ ଜିଲ୍ଲାପାଳ ସମର୍ଥ ବର୍ମା ଅଧ୍ୟକ୍ଷତା କରିଛନ୍ତି । ମୁକ୍ତ ଓ ଅବାଧ ନିର୍ବାଚନ ନିମନ୍ତେ ଆଦର୍ଶ ଆଚରଣ ବିଧି କଡାକଡି ଭାବେ ପାଳନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏଥିସହ କୋଭିଡ ନୀୟମର କଡା ପାଳନ ସହ ମତଦାନ କେନ୍ଦ୍ରରେ ଭୋଟର ମାନଙ୍କ ନିମନ୍ତେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।ଗତ ୪ ତାରିଖରୁ ପିପିଲି ଉପ-ନିର୍ବାଚନ ନେଇ ପୁନଃ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତୁରନ୍ତ ଆଦର୍ଶ ଆଚରଣ ବିଧି ଜାରି ହୋଇଥିବା ବେଳେ ଆସନ୍ତା ୩୦ ତାରିଖରେ ମତଦାନ ହୋଇ ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ ଏବଂ ୫ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଉପନିର୍ବାଚନ ପାଇଁ ଦଶଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ୨ଲକ୍ଷ ୨୯ ହଜାର ୯୯୮ଭୋଟର ମତଦାନ କରିବେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ସୁଭାଷ ଚନ୍ଦ୍ର ନାଥଶର୍ମା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ନିର୍ବାଚନ ଡେପୁଟି କଲେକ୍ଟର ସୁମନ୍ତ କର ଓ ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *