ଶ୍ରୀମନ୍ଦିର ଯାଞ୍ଚ ନେଇ ପହଞ୍ଚିଲା ବୈଷୟିକ କମିଟି

ପୁରୀ: ଶ୍ରୀମନ୍ଦିର ଯାଞ୍ଚ କରିବା ନେଇ ପହଞ୍ଚିଲେ ବୈଷୟିକ କମିଟିର ସ୍ୱତନ୍ତ୍ର ଟିମ । ଟିମ ଗର୍ଭ ଗୃହ, ନାଟ ମଣ୍ଡପ ସ୍ଥିତି ଦେଖିବା ସହ ଶ୍ରୀମନ୍ଦିର ଭିତରର ସମସ୍ତ ସ୍ଥିତି ଯାଞ୍ଚ କରିବ । ବେହରଣ ଦ୍ୱାର ଖୋଲା ଯାଇଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ ଅନ୍ୟ ଦ୍ୱାର ଗୁଡିକର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରାଯିବ । ସେହିଭଳି ଶ୍ରୀମନ୍ଦିରରେ ଥିବା ଆର୍ଥିଙ୍ଗ ସିଷ୍ଟମର ସ୍ଥିତି ଦେଖିବେ ବୈଷୟିକ କମିଟିର ସ୍ୱତନ୍ତ୍ର ଟିମ୍ । ରୁଟିନ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ଅପରପକ୍ଷରେ ଆଡ଼ପ ବିଜେପି ପରେ ଜନ୍ମବେଦିରେ ପୂଜା ପାଉଛନ୍ତି ଶ୍ରୀଜିଉ ।  ବାହାରିଲା ଆଡ଼ପ ଅବଢ଼ା  । ଶ୍ରୀଗୁଣ୍ଡିଚା ମନ୍ଦିର ପାଖ ନୃସିଂହ ମନ୍ଦିର ଓ ବସ୍‌ଷ୍ଟାଣ୍ଡରେ ଅବଢ଼ା ବିକ୍ରି ପାଇଁ ନିଯୋଗ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି  । କାଲି ସମସ୍ତ ରିତିନିତି ଅନୁସାରେ ପ୍ରଥମେ ଆଡ଼ପ ମଣ୍ଡପକୁ ଆସିଥିଲେ ଚକ୍ରରାଜ ଶ୍ରୀସୁଦର୍ଶନ । ପରେ ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ବିଜେ କରିଥିଲେ । ଏହା ପରେ ଗୋଟି ପହଣ୍ଡିରେ ବିଜେ କରିଥିଲେ ପ୍ରଭୁ ଶ୍ରୀଜଗନ୍ନାଥ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *