ଭାଇ-ଭଉଣୀଙ୍କ ପରେ ରଥାରୁଢ଼ ହେଲେ ମହାବାହୁ

ପୁରୀ: ଶ୍ରୀକ୍ଷେତ୍ରରେ ରଥଯାତ୍ରା ଜାରି ରହିଛି । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ରଥାରୁଢ଼ କରାଯାଇଛି । ପରେ ଭଉଣୀ ସୁଭଦ୍ରାଙ୍କୁ ପହଣ୍ଡିରେ ରଥାରୂଢ଼ କରାଯାଇଛି । ଭାଇ-ଭଉଣୀଙ୍କ ପହଣ୍ଡି ବିଜେ ପରେ ସବା ଶେଷରେ କାଳିଆ ସାଆନ୍ତ ରଥାରୂଢ଼ ହୋଇଛନ୍ତି । ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡ଼ଠାକୁର ଝୁଲିଝୁଲି ଓହ୍ଲାଇ ଆସିବାର ଦୃଶ୍ୟରେ ଭକ୍ତମାନଙ୍କୁ ବିମୋହିତ କରୁଛି । ବଳଭଦ୍ରଙ୍କ ପରେ ଶ୍ରୀମନ୍ଦିରରୁ ପହଣ୍ଡିରେ ବାହାରିଥିଲେ ମା ସୁଭଦ୍ରା । ବଡ଼ଭାଇ ବଳଦେବଙ୍କ ପରେ ପରେ ଭଉଣୀ ସୁଭଦ୍ରା ଦେବଦଳନ ରଥରେ ରଥାରୁଢ଼ ପାଇଁ ଧାଡି ପହଣ୍ଡିରେ ବାହାରିଥିଲେ । ସବା ଶେଷରେ ଶ୍ରୀ ଶ୍ରୀ ଜଗନ୍ନାଥ, ଅପରୂପା ଶୋଭାର ସମ୍ଭାର, ଦୀନଜନ ଶରଣ ରକ୍ଷଣ ମହାପ୍ରଭୁ ପହଣ୍ଡିରେ ଝୁଲିଝୁଲି ରଥାଆଡକୁ ଅଗ୍ରସର ହୋଇଥିଲେ ।ତେବେ ଭାବବିନୋଦିଆ କାଳିଆ ସାଆନ୍ତ ଯେତେବେଳେ ରଥାରୁଢ ପାଇଁ ଗୁଣ୍ଡିଚାଘରୁ ବାହାରି ଆସିଥିଲା ଏହି ଅଲୌକିକ ମୁହୂର୍ତ୍ତରେ ସତେ ଯେମିତି ଲାଗୁଥିଲା କାଳିଆଠାକୁରର ସେଇ ଦୁଇ ଚକା ଆଖି ଭକ୍ତଙ୍କୁ ଖୋଜୁଛି । କାରଣ କରୋନା କଟକଣା ପାଇଁ ଚଳିତ ବର୍ଷ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ବନ୍ଦ ହୋଇନଥିଲା ସତ ହେଲେ ଭକ୍ତଙ୍କୁ କିନ୍ତୁ ମହାପ୍ରଭୁଙ୍କ ଏହି ଅଲୌକିକ ଯାତ୍ରାରେ ସାମିଲ ହେବାକୁ ବାରଣ କରାଯାଇଛି । ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ବଡଦାଣ୍ଡରେ ଗଡିବ ସତ ହେଲେ ବିନା ଭକ୍ତରେ । ତେବେ ସେ ଯାହା ହେଉନା କାହିଁକି, ମହାପ୍ରଭୁଙ୍କ ଏହି ଅପୂର୍ବ ଶୋଭାସମ୍ଭାରକୁ ଭକ୍ତମାନେ ଘରେ ବସି ଦେଖିବା ସହ ଦୂରୁ ଥାଇ କାଳିଆର ଅପରୂପ ଦର୍ଶନ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *