ରାସ୍ତାରେ ବୃଦ୍ଧଙ୍କୁ ଆକ୍ରମଣ

ପୁରୀ( ବସନ୍ତ ଦାସ) : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ଓସ୍ତ ପୁର ଗ୍ରାମରେ ବୁଲା ବୁଲି କରୁଥିବା ଜଣେ ମାନସିକ ବିକାର ଗ୍ରସ୍ତ ବୃଦ୍ଧକୁ ସେହି ଅଞ୍ଚଳର ଜଣେ ବ୍ୟକ୍ତି ଲୁହା ରଡ୍ ରେ ଆକ୍ରମଣ କରି ଲହୁ ଲୁହାଣ କରିବା ଘଟଣା ଅସ୍ତରଙ୍ଗ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଆହତଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟା ପର୍ଣ୍ଣ ଥିବା ଜନପଡ଼ିଛି । ଦୀର୍ଘ ସମୟ ରାସ୍ତାରେ ବୃଦ୍ଧ ଜଣକ ପଡ଼ି ଛଟ ପଟ ହେଉଥିବା ବେଳେ ସ୍ଥାନୀୟ ଯୁବକମାନେ ଆହତକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଚାରି ଛକ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲେ । ଅବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ସ୍ତନାନ୍ତର କରାଯାଇଛି। ସୂଚନାପାଇ କାକଟପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି । ଲୁହା ରଡ଼ ମାଡ଼ରେ ଗୁରୁତର ଆହତଙ୍କର ପ୍ରବଳ ରକ୍ତସ୍ରାବ ହେବା ଓ ଏହି ରକ୍ତ ରାସ୍ତା ଉପରେ ପଡ଼ିଥିବା ଦେଖି ପୋଲିସ ଚକିତ ହୋଇ ପଡ଼ିଥିଲେ । ଘଟଣା ସମ୍ପର୍କରେ ସ୍ଥାନୀୟ ଯୁବକଙ୍କ ତରଫରୁ ଏକ ଲିଖିତ ଅଭିଯୋଗ କାକଟପୁର ଥାନାରେ ଦିଆଯାଇଛି । ଆକ୍ରମଣ କରିଥିବା ବ୍ୟକ୍ତିକୁ ପୋଲିସ ଖୋଜୁ ଥିବା ବେଳେ ସେ ଫେରାର ଥିବା ଥାନା ସୂତ୍ରରୁ ପ୍ରକାଶ । 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *