ପୁଣି ଥରେ ଚର୍ଚ୍ଚାରେ ପୁରୀ ଏମାର ମଠ, ମୂଲ୍ୟବାନ ସାମଗ୍ରୀ ପରେ ମିଳିଲା ରୂପା ଇଟା

ପୁରୀ : ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି ଏମାର ମଠ । ପୁରୀ ଏମାର ମଠରୁ ରୂପା ଇଟା ମିଳିଛି । ମଠର ମୁଖ୍ୟ ଗାଦି ପଛପଟ ଖୋଳା ଚାଲିଥିବା ବେଳେ ଏହି ରୁପା ଇଟା ମିଳିଥିବା ଜଣାପଡ଼ିଛି । ତେବେ ରୁପା ଇଟା ସହ ଏମାର ମଠରୁ ବହୁ ପୂରାତନ ବ୍ରୋଞ୍ଜ ମୂର୍ତ୍ତି, ରୁପାର ଫୁଲଦାନୀ ଓ ଖଣ୍ଡା ମଧ୍ୟ ଉଦ୍ଧାର କରାଯାଇଛି । ଶୁକ୍ରବାର ଏମାର ମଠରୁ ବହୁ ପୁରାତନ ଓ ମୂଲ୍ୟବାନ କାରୁକାର୍ଯ୍ୟ ହୋଇଥିବା ରୂପା ତାରକସିର ସାମଗ୍ରୀ ମିଳିଥିବା ବେଳେ ଆଜି ରୂପା ଇଟା ମିଳିଥିବା ସୂଚନା ମିଳିଛି । ଏମାର ମଠର ୪ନଂ କୋଠରୀର ୪୫ଖଣ୍ଡ ରୂପା ଇଟା ମିଳିଥିବା ସୂଚନା ମିଳିଛି । ଏହାସହ କିଛି ପିତ୍ତଳ ଗରା ମଧ୍ୟ ମିଳିଛି । ଗତକାଲି ଏମାର ମଠରେ ଯାଞ୍ଚ ବେଳେ ବହୁ ମୂଲ୍ୟବାନ ବ୍ରୋଞ୍ଜ ପ୍ରତିମୂର୍ତ୍ତି, ପୁରାତନ ୧୬ଟି ଖଣ୍ଡା, ରୂପା ଅଳଙ୍କାର ମିଳିଥିଲା ।

ଦ୍ୱିତୀୟ ଦିନ ପାଇଁ ଆଜି ପୁରୀ ଏମାର ମଠରେ ଯାଞ୍ଚ ଆରମ୍ଭ ହୋଇଛି । ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏହି ଯାଞ୍ଚ କରାଯାଇଛି । ଯାଞ୍ଚ ବେଳେ ଦେବୋତ୍ତର ବିଭାଗ ଇନିସ୍‌ପେକ୍ଟର ମଧ୍ୟ ଉପସ୍ଥିତ ଥିବା ଜଣାପଡ଼ିଛି । ଆଜି ଦେବୋତ୍ତୋର ବିଭାଗ ନିରୀକ୍ଷକ, ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟି ଓ ଟ୍ରଷ୍ଟ ବୋର୍ଡର ସଦସ୍ୟମାନେ ମଠକୁ ଯାଇ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । ଏମାର ମଠ ପରିଚାଳନା ଦାୟିତ୍ୱ ନୂଆ ଟ୍ରଷ୍ଟ ହାତକୁ ଯିବା ପରେ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରାଯାଉଛି ।

୨୦୧୧ ମସିହାରେ ଏମାର ମଠରୁ ୫୨୨ ଖଣ୍‌ତ ରୂପା ଇଟା ମିଳିବା ପରେ ଏହା ଚର୍ଚ୍ଚାର ବିଷୟ ହୋଇଥିଲା । ତେଣୁ ସେବେ ଠାରୁ ମଠ ଭିତରେ ଅଧିକ ଧନରତ୍ନ ଗଚ୍ଛିତ ଥିବା ନେଇ କଳ୍ପନାଜଳ୍ପନା କରାଯାଉଛି । ଏମାର ମଠ ପରିଚାଳନା ଦାୟିତ୍ୱ ଟ୍ରଷ୍ଟ ହାତକୁ ଯିବା ପରେ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରାଯାଉଛି ଓ ଏହି ସମୟରେ ପୁରାତନ ସାମଗ୍ରୀ ଓ ରୂପା ସାମଗ୍ରୀ ମିଳିଥିବା ଜଣାପଡ଼ିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *