ସିଦ୍ଧ ମଠ ମହନ୍ତଙ୍କ ଦେହାନ୍ତ
ପୁରୀ:(ବସନ୍ତ ଦାସ) : ଆଜି ଭୋର ୫ଟା ସମୟରେ ପ୍ରାଚୀ ନଦୀ କୂଳରେ ଥିବା ଉମା ମହେଶ୍ୱର ପୁର ଗ୍ରାମ ନିକଟସ୍ଥ ସିଦ୍ଧ ମଠର ମହନ୍ତ ବାବା କୃଷ୍ଣ ଚନ୍ଦ୍ର ଦାସଙ୍କର ୯୫ବର୍ଷ ବୟସରେ ପରଲୋକ ଘଟିଛି । ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ଧର୍ମ ପରାୟଣ ବ୍ୟକ୍ତି ହୋଇଥିବାବେଳେ ସନାତନ ହିନ୍ଦୁ ଧର୍ମର ବିଶିଷ୍ଟ ପ୍ରଚାରକ ଥିଲେ । ଟଙ୍କା ସମୟରେ ମଠର ବହୁ ଉନ୍ନତି ମୂଳକ କାର୍ଯ୍ୟ ହୋଇଥିବା ବେଳେ ବହୁ ଭକ୍ତ ସର୍ବଦା ଭିଡ଼ ହୋଇଥାନ୍ତି ।
କାରଣ ମଠର ମହାତ୍ମା ବଡ ଅଲୌକିକ। ଭୋଗ ହେବା ପୂର୍ବରୁ ବାବା ପ୍ରସାଦକୁ ଦେଖିଦେଲେ ଯେତେ ଭକ୍ତ ଆସିଲେ ବି ପ୍ରସାଦ ପୁ ଥିଲେ ଓ ଏ ଠାରେ ଦୈନିକ ପିତା ଭୋଗ ହୁଏ । ପିତଟି ସବୁଠାରୁ ଟେଷ୍ଟି ହୁଏ ବୋଲି ବହୁ ଭକ୍ତ କହିଛନ୍ତି । ବାବାଙ୍କ ମୃତ୍ୟୁ ଖବର ପାଇ ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ପହଞ୍ଚି ଥିଲେ । ବାବାଙ୍କ ମର ଶରୀରକୁ ମଠ ପରିସରରେ ସମାଧିସ୍ଥ ଦିଆଯାଇଛି ।